Latest Odisha News

BREAKING NEWS

କିଏ ସେହି ବେଦିକା ଶେଟ୍ଟୀ? ଆଲିଆ ଭଟ୍ଟଙ୍କୁ ଲଗାଇଲା ୭୭ ଲକ୍ଷର ଚୂନା…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଲିଆ ଭଟ୍ଟଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି ଏବଂ ପଚରାଉଚରା କରୁଛି । ଆଲିଆଙ୍କ ମାଆ ଏବଂ ଅଭିନେତ୍ରୀ ସୋନି ରାଜଦାନ, ବେଦିକା ପ୍ରକାଶ ଶେଟ୍ଟୀ ନାମକ ଜଣେ ମହିଳାଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ବେଦିକାଙ୍କ ଠକେଇ ମାମଲା ସାମନାକୁ ଆସିବା ପରେ ସେ ଫେରାର ହୋଇ ଯାଇଥିଲେ । ସେ ଆଲିଆଙ୍କ ଜାଲ୍ ଦସ୍ତଖତ କରି ଦୁଇ ବର୍ଷ ମଧ୍ୟରେ ୭୬.୯ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ୨୦୨୨ ମେ ମାସରୁ ୨୦୨୪ ଅଗଷ୍ଟ ମାସ ମଧ୍ୟରେ ଏହି ଠକେଇ କରିଛନ୍ତି । ଏବେ ପୋଲିସ ତାଙ୍କୁ ଗିରଫ କରିଛି ।

୩୨ ବର୍ଷୀୟା ବେଦିକା ପ୍ରକାଶ ଶେଟ୍ଟୀ ହେଉଛନ୍ତି ଆଲିଆ ଭଟ୍ଟଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟିକା (ପିଏ) । ସିଏ ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ ଆଲିଆଙ୍କ ସହିତ କାମ କରିଥିଲେ । ଅଭିନେତ୍ରୀଙ୍କ ପ୍ରଡକ୍ସନ ବ୍ୟାନରର କାମ ସମ୍ଭାଳିବା ବ୍ୟତୀତ ସେ ଆଲିଆଙ୍କ ବ୍ୟକ୍ତିଗତ ଆକାଉଣ୍ଟ ମଧ୍ୟ ସମ୍ଭାଳିଥିଲେ ।

ପ୍ରେସ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁଯାୟୀ, ବେଦିକା ଆଗରୁ ମୁମ୍ବାଇର ମାରୋଲରେ ରହୁଥିଲେ । କୁହାଯାଉଛି ଯେ ବେଦିକା ଅନ୍ୟ ସେଲିବ୍ରିଟିଙ୍କ ସହ ମଧ୍ୟ କାମ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ବେଦିକାଙ୍କର ନା କୌଣସି ଭେରିଫାଏଡ୍ ସୋସିଆଲ ମିଡିଆ ଆକାଉଣ୍ଟ ଅଛି ନା କୌଣସି ଲିଙ୍କଡିନ୍ ପ୍ରୋଫାଇଲ୍ । ବେଦିକାଙ୍କ ବିଷୟରେ ଆନୁଷ୍ଠାନିକ ଭାବରେ ଆଉ କୌଣସି ସୂଚନା ଉପଲବ୍ଧ ନାହିଁ । ତଦନ୍ତ ଜାରି ରହିଥିବା ବେଳେ ଆଲିଆ କିମ୍ବା ତାଙ୍କ ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Comments are closed.