Latest Odisha News

BREAKING NEWS

ବାଂଲାଦେଶ ଗସ୍ତ ଘୁଂଚିବା ପରେ ଶ୍ରୀଲଙ୍କା ସହ ସୀମିତ ଓଭର ସିରିଜ ଖେଳିପାରେ ଭାରତ

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିକୋଣରୁ ଭାରତୀୟ କ୍ରିକେଟ ଟିମ ତାର ବାଂଲାଦେଶ ଗସ୍ତକୁ ସେପ୍ଟମ୍ବର ୨୦୨୬କୁ ଘୁଂଚାଇ ଦେଇଛି । ରିପୋର୍ଟ ମୁତାବକ ଭାରତ ଏବଂ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହି ସମୟ ମଧ୍ୟରେ ଏକ ସୀମିତ ଓଭର ସିରିଜ ଆୟୋଜନ କରିବା ନେଇ ଆଲୋଚନା କରୁଛନ୍ତି । ଆଇସିସି ଫ୍ୟୁଚର ଟୁର ପ୍ରୋଗ୍ରାମର ଏହା ଅଂଶବିଶେଷ ନ ଥିଲେ ଦୁଇ ଟିମ ପାଖରେ ଖାଲି ସମୟ ରହିଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଶ୍ରୀଲଙ୍କା ପ୍ରିମିୟର ଲିଗକୁ ଏଥର ସ୍ଥଗିତ ରଖିଛନ୍ତି । ଉଭୟ ଟିମ ୩ଟି ଲେଖାଏଁ ଦିନିକିଆ ଏବଂ ଟି୨୦ ମୁକାବିଲା ଖେଳିବା ପାଇଁ ଯୋଜନା କରୁଛନ୍ତି ।

ବାଂଲାଦେଶ ବିପକ୍ଷ ସିରିଜ ଜୁଲାଇ ୧୬ରେ ଶେଷ ହେବ । ଏହା ପରେ ଶ୍ରୀଲଙ୍କା ନିକଟରେ ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ କୌଣସି ମ୍ୟାଚ ନାହିଁ । ଶ୍ରୀଲଙ୍କା ସେପ୍ଟମ୍ବରରେ ଜିମ୍ବାୱେ ଗସ୍ତରେ ଯିବ । ଗତ ବର୍ଷ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଓ ଟି୨୦ ସିରିଜ ଆୟୋଜିତ ହୋଇଥିଲା । ଦିନିକିଆରେ ଶ୍ରୀଲଙ୍କା ଓ ଟି୨୦ରେ ଭାରତ ବିଜୟୀ ହୋଇଥିଲା ।

Comments are closed.