Latest Odisha News

BREAKING NEWS

ଜେଲ୍‌ରୁ ବାହାରିଲେ ଜଗନ୍ନାଥ ପ୍ରଧାନ;କହିଲେ ମୋତେ ଓ ମୋ ଦଳକୁ ବଦନାମ୍…

ଭୁବନେଶ୍ବର:ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ । ଆଜି ଝାରପଡ଼ା ଜେଲ୍‌ରୁ ମୁକୁଳିଲେ ଜଗନ୍ନାଥ ପ୍ରଧାନ। ବୁଧବାର ସନ୍ଧ୍ୟାରେ ଝାରପଡା ଜେଲରୁ ମୁକ୍ତ ହେବା ପରେ ଶୁଭେଚ୍ଛୁ ଓ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିଥିଲେ।

ଜେଲ୍‌ରୁ ବାହାରିଲା ପରେ ଜଗା ପ୍ରଧାନ ରୋଡ଼ ସୋ’ କରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅନେକ ପ୍ରଶଂସକ ଏହି ଶୋଭାଯାତ୍ରାରେ ସାମିଲ ଥିଲେ। ସେ କାର୍ଯ୍ୟାଳୟରେ ପହଞ୍ଚି ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ।

ଏଥିସହ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,ବିରୋଧୀ ଷଡ଼ଯନ୍ତ୍ର ରଚିଥିଲା । OAS ସଂଘ ଏହାର ଶିକାର ହୋଇଥିଲା । କେହି ମୋହନ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟକ୍ରମକୁ ବନ୍ଦ କରିପାରିବେନି । ଧର୍ମର ଜୟ ହୋଇଛି। ମୋତେ ଆଉ ମୋ ଦଳକୁ ବଦନାମ୍ କରିବା ପାଇଁ ଏହା ବିରୋଧୀ ବିଜେଡ଼ିର ଷଡ଼ଯନ୍ତ୍ର ଥିଲା। ସମୟ ଆସିଲେ ମହାପ୍ରଭୁ ବିଜେଡ଼ିକୁ ତାର ଫଳ ଦେବେ।

ସୂଚନାନୁଯାୟୀ, ଗତ ଜୁଲାଇ ୩ ତାରିଖ ରାତିରେ ଜଗା ପ୍ରଧାନ ଭୁବନେଶ୍ଵର ଡିସିପି ଅଫିସରେ ପହଞ୍ଚି ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ଜଗାଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା।

 

 

 

Comments are closed.