ଭୁବନେଶ୍ବର:ଆମର ହାଡ଼ ଶରୀରକୁ ଆକାର ଦିଏ, ଅଙ୍ଗଗୁଡ଼ିକୁ ସୁରକ୍ଷା ଦିଏ ଏବଂ ଚାଲିବା ବୁଲିବାରେ ସାହାରା ଯୋଗାଇଥାଏ। କିନ୍ତୁ ଧୀରେ ଧୀରେ ହାଡ଼ଗୁଡ଼ିକ ଦୁର୍ବଳ ହେବାକୁ ଲାଗେ ଏବଂ ଆମେ ଏହା ଜାଣି ମଧ୍ୟ ପାରିନଥାଉ। ଯନ୍ତ୍ରଣା,ଫ୍ୟାକ୍ଚର ଭଳି ସମସ୍ୟା ଦେଖା ନହେବା ପର୍ଯ୍ୟନ୍ତ ଲୋକମାନେ ଏହାକୁ ଅଣଦେଖା କରନ୍ତି। ହାଡ଼ ଦୁର୍ବଳ ହେବା କେବଳ ବୟସ ସମ୍ବନ୍ଧୀୟ ସମସ୍ୟା ନୁହେଁ, ବରଂ ଏହା ଆପଣଙ୍କ ଖାଦ୍ୟ, ଜୀବନଶୈଳୀ ଏବଂ ହରମୋନ୍ ପରିବର୍ତ୍ତନ ଉପରେ ମଧ୍ୟ ନିର୍ଭର କରେ।
ଏପରି ପରିସ୍ଥିତିରେ ସମୟ ସମୟରେ ହାଡ଼ର ଯାଞ୍ଚ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ । ଯାହା ଦ୍ଵାରା ଯେକୌଣସି ରୋଗକୁ ସମୟ ମଧ୍ୟରେ ଚିହ୍ନଟ କରାଯାଇପାରିବ। ଆସନ୍ତୁ ଜାଣିବା ହାଡ଼ର ସ୍ୱାସ୍ଥ୍ୟ ପାଇଁ କେଉଁ ପରୀକ୍ଷା ଆବଶ୍ୟକ।
-ବିଏମଡି ଟେଷ୍ଟ ଦ୍ବାରା ହାଡ଼ ମଜବୁତ କେତେ ଅଛି ତାହା ଜାଣିହେବ । DEXA (ଡୁଆଲ୍-ଏନର୍ଜି ଏକ୍ସ-ରେ ଅବସର୍ପ୍ଟିଓମେଟ୍ରି) ଏକ ସ୍ୱତନ୍ତ୍ର ଏକ୍ସରେ , ଯାହା ହାଡ଼ରେ କେତେ କ୍ୟାଲସିୟମ୍ ଏବଂ ମିନିରାଲ ଅଛି ତାହା ମାପି ହେବ। ଏହି ପରୀକ୍ଷା ଅଷ୍ଟିଓପୋରୋସିସ୍ (ହାଡ଼ ଦୁର୍ବଳ ହେବା) ର ପ୍ରାରମ୍ଭିକ ଚିହ୍ନଟ ପାଇଁ କରାଯାଏ। ଏହା ମୁଖ୍ୟତଃ ହିପ୍ସ, ମେରୁଦଣ୍ଡ ହାଡ଼ରେ କରାଯାଏ।
-ହାଡ଼ର ଗଠନ ଦେଖିବା ପାଇଁ ଏକ୍ସରେ କରାଯାଏ। ଏହା ସାଧାରଣତଃ ହାଡ଼ରେ ଯନ୍ତ୍ରଣା, ଫୁଲା କିମ୍ବା ଆଘାତର ସନ୍ଦେହ ହେଲେ କରାଯାଏ। ଏହା ଫ୍ରାକ୍ଚର, ଗଣ୍ଠି କ୍ଷତି କିମ୍ବା ଆର୍ଥ୍ରାଇଟିସ୍ ଭଳି ରୋଗ ଚିହ୍ନଟ କରିପାରିବ।
– ସିରମ କ୍ୟାଲସିୟମ ଟେଷ୍ଟ, ଏହି ରକ୍ତ ପରୀକ୍ଷା ଆପଣଙ୍କ ରକ୍ତରେ କ୍ୟାଲସିୟମର ସ୍ତର ନିର୍ଣ୍ଣୟ କରେ। ଏହି ପରୀକ୍ଷା ବିଶେଷକରି ସେତେବେଳେ କରାଯାଏ ଯେତେବେଳେ ଆପଣଙ୍କର ହାଡ଼ ଯନ୍ତ୍ରଣା, ମାଂସପେଶୀ ଟାଣି ହେବା କିମ୍ବା ବାରମ୍ବାର ଫ୍ୟାକ୍ଚର ହେବାର ଅଭିଯୋଗ ଥାଏ।
– ଭିଟାମିନ୍ ଡି ହାଡ଼କୁ କ୍ୟାଲସିୟମ ଶୋଷଣ କରିବାରେ ସାହାଯ୍ୟ କରେ। ଶରୀରରେ ଭିଟାମିନ୍ ଡିର ଅଭାବ ହେଲେ ହାଡ଼ ଦୁର୍ବଳ ହୋଇଯାଏ। ଭିଟାମିନ୍ -ଡି ଏକ ରକ୍ତ ପରୀକ୍ଷା। ବିଶେଷକରି ଯେଉଁମାନେ ସୂର୍ଯ୍ୟକିରଣରୁ ଦୂରରେ ରୁହନ୍ତି କିମ୍ବା ବୃଦ୍ଧ ବୟସରେ ଅଛନ୍ତି।
– ALP ଟେଷ୍ଟ ମଧ୍ୟ ରକ୍ତରୁ କରାଯାଏ ଏବଂ ହାଡ଼ରେ କୌଣସି ଦୁର୍ବଳତା ଅଛି କି ନାହିଁ ତାହା ଜାଣିବାରେ ସାହାଯ୍ୟ କରେ।
-ହାଡ଼ ସହିତ ମାଂସପେଶୀ, ଲିଗାମେଣ୍ଟ କିମ୍ବା ହାଡ଼ ଭିତରେ ଗଭୀର ସମସ୍ୟାର ତଦନ୍ତ ପାଇଁ MRI ବ୍ୟବହାର କରାଯାଏ। ଏହା ଅଧିକ ବିସ୍ତୃତ ଚିତ୍ର ପ୍ରଦାନ କରେ ।
Comments are closed.