Latest Odisha News

BREAKING NEWS

ଦୁର୍ବଳ ଭାରତୀୟ ଅର୍ଥନୀତି, IMF ରାଙ୍କିଙ୍ଗରେ ଖସିଲା ଏହି ସ୍ଥାନକୁ..

ନୂଆଦିଲ୍ଲୀ: ୨୦୨୫ ମସିହାରେ ଭାରତ ବିଶ୍ୱର ଷଷ୍ଠ ବୃହତ୍ତମ ଅର୍ଥନୀତି ହେବା ନେଇ ଆକଳନ କରାଯାଇଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତ ଗୋଟିଏ ସ୍ଥାନ ତଳକୁ ଖସିଯାଇଛି। ଯାହା ପୂର୍ବରୁ ୨୦୨୪ ମସିହାରେ ପଞ୍ଚମ ସ୍ଥାନରେ ଥିଲା। ସେତେବେଳେ ଭାରତର ଅର୍ଥନୀତିର ମୂଲ୍ୟ ପ୍ରାୟ ୩.୭୬ ଟ୍ରିଲିୟନ ଡଲାର ଥିଲା। ଭାରତ ପୂର୍ବରୁ ଜାପାନ, ଜର୍ମାନୀ, ଚୀନ୍ ଏବଂ ଆମେରିକା ପଛରେ ଥିଲା।

୨୦୨୫ ମସିହାରେ ଭାରତର ଅର୍ଥନୀତି ପ୍ରାୟ ୩.୯୨ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି। କିନ୍ତୁ ଏହା ସତ୍ତ୍ୱେ ବ୍ରିଟେନ୍ (ପ୍ରାୟ ୪ ଟ୍ରିଲିୟନ ଡଲାର) ଭାରତକୁ ପଛରେ ପକାଇ ଦେଇଛି। ବିଶ୍ୱର ସର୍ବବୃହତ ଅର୍ଥନୀତି ହେଉଛି ଆମେରିକା। ଯାହାର ମୂଲ୍ୟ ପ୍ରାୟ ୩୦.୮ ଟ୍ରିଲିୟନ ଡଲାର। ଚୀନ୍ (୧୯.୬ ଟ୍ରିଲିୟନ ଡଲାର) ଏବଂ ଜର୍ମାନୀ (୪.୭ ଟ୍ରିଲିୟନ ଡଲାର) ପରବର୍ତ୍ତୀ ସ୍ଥାନରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ସମୟ ମଧ୍ୟରେ ଭାରତ ଟଙ୍କାରେ ପ୍ରାୟ ୯ ପ୍ରତିଶତର ଦୃଢ଼ ଅଭିବୃଦ୍ଧି ରେକର୍ଡ କରିଛି, କିନ୍ତୁ ବିଶ୍ୱ ସ୍ତରରେ ଅର୍ଥନୀତିକୁ ଡଲାର ସହିତ ତୁଳନା କରାଯାଏ। ଫଳସ୍ୱରୂପ, ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ହ୍ରାସ ହେଉଛି। IMF ଅନୁଯାୟୀ ୨୦୨୪ ମସିହାରେ ଗୋଟିଏ ଡଲାରର ମୂଲ୍ୟ ପ୍ରାୟ ୮୪.୬ ଟଙ୍କା ଥିଲା, ଯାହା ୨୦୨୫ ମସିହାରେ ପ୍ରାୟ ୮୮.୫ ଟଙ୍କାକୁ ବୃଦ୍ଧି ପାଇଛି। ଟଙ୍କାର ଦୁର୍ବଳତା ଯୋଗୁଁ ବିଶ୍ୱ ରାଙ୍କିଂରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇଛି। ଏହା ବ୍ୟତୀତ ନୂତନ GDP ସଂଖ୍ୟାରେ ସଂଶୋଧନର ମଧ୍ୟ ପ୍ରଭାବ ପଡ଼ିଛି।

Comments are closed.