ଚେନ୍ନାଇ: ଚଳିତ ଆଇପିଏଲରେ ୫ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ଆଉ ଏକ ଝଟକା ଲାଗିଛି । ଦଳର ଷ୍ଟାର ପେସ ବୋଲର ଖଲୀଲ ଅହମ୍ମଦ ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଆଇପିଏଲରୁ ଓହରି ଯାଇଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ସେ ତାଙ୍କ ଓଭର ମଧ୍ୟ ସମ୍ପୂର୍ଣ୍ଣ କରିପାରି ନ ଥିଲେ । ଏବେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ୩ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।
ଆଇପିଏଲର ଚଳିତ ସଂସ୍କରଣରେ ସେ ୫ଟି ମ୍ୟାଚ ଖେଳି ୭୩ ଆଭରେଜରେ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ସେ ୮.୬୭ ଇକୋନୋମୀ ରେଟରେ ବୋଲିଂ କରିଛନ୍ତି । ଚେନ୍ନାଇ ତାଙ୍କୁ ମେଗା ନିଲାମରେ ୪.୮ କୋଟି ଟଙ୍କାରେ ରିଟେନ କରିଥିଲା । ଏବେ ଗୁରଜପନୀତ ସିଂ, ଅଂଶୁଲ କମ୍ବୋଜ ଓ ଜେମୀ ଓର୍ଭଟନଙ୍କ ଉପରେ ପେସ ବୋଲିଂ ଦାୟିତ୍ୱ ନ୍ୟସ୍ତ ରହିବ । ଚେନ୍ନାଇ ତାର ପରବର୍ତୀ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ ।