Latest Odisha News

BREAKING NEWS

କେଜ୍ରିୱାଲ କାହିଁକି ଦାବି କଲେ ନୋବେଲ ପୁରସ୍କାର?

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ଜସ୍ମିନ ଶାହଙ୍କ ପୁସ୍ତକ ‘କେଜ୍ରିୱାଲ ମଡେଲ’ ପଞ୍ଜାବୀ ଭାଷାରେ ଉନ୍ମୋଚିତ ହୋଇଛି। ମୋହାଲିର କଲିକତା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେଜ୍ରିୱାଲ ଯୋଗ ଦେଇ ନିଜକୁ ଏକ ବ୍ୟୁରୋକ୍ରାଟରୁ ନେତା ଭାବରେ ପରିଚୟ ଦେଇଥିଲେ।

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଥାତ୍ ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜ୍ରିୱାଲ ନିଜ ମନ୍ତବ୍ୟରେ କହିଥିଲେ ଯେ ନିର୍ବାଚନ ଅଧିକାରୀମାନଙ୍କ ପ୍ରତିବନ୍ଧକ ସତ୍ତ୍ୱେ ମଧ୍ୟ ସେ ଯଥା ସମ୍ଭବ ଉନ୍ନତ ଧରଣର କାମ କରି ଦେଖାଇଛନ୍ତି। ସେଥିପାଇଁ ସେ ନୋବେଲ ପୁରସ୍କାର ପାଇବାର ଯୋଗ୍ୟ ବୋଲି ଦାବି କରିଥିଲେ। ତେବେ ଏହା ପୂର୍ବରୁ ତାଙ୍କର ଦୁଇ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ପାଇଁ ମଧ୍ୟ ଭାରତ ରତ୍ନ ପାଇଁ  ଦାବି କରିଥିଲେ।

ତେବେ ସେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯାହା ସବୁ କାର୍ଯ୍ୟ କରିଥିଲେ ତାହା ପ୍ରଶଂସାର ଯୋଗ୍ୟ ବୋଲି ମଧ୍ୟ କହିଥିଲେ।ସେ ଆହୁରି ମଧ୍ୟ କହିଥିଲେ ଯେ ଅନେକ ଅସୁବିଧା ଥାଇ ମଧ୍ୟ ସେ ଦିଲ୍ଲୀରେ ଉପରାଜ୍ୟପାଳ ଭାବରେ ଯେତିକି କାମ କରିଛନ୍ତି ସେଥିପାଇଁ ତାଙ୍କୁ ଶାସନ ଏବଂ ପ୍ରଶାସନ ପାଇଁ ଏହି ନୋବେଲ ପୁରସ୍କାର ମିଳିବା ଉଚିତ।

Comments are closed.