ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ରାଜଧାନୀ ଭୁବନେଶ୍ବରରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ। ସୁରକ୍ଷା ଦୃଷ୍ଟିରୁ ଡଗ୍ ସ୍କ୍ବାଡ୍ ଓ ବମ୍ ସ୍କ୍ବାଡ୍ ଟିମ୍ ନିୟୋଜିତ। ବିମାନବନ୍ଦରଠାରୁ ମେଡିକାଲ୍ ଛକ ଯାଏଁ ରୋଡ ସୋ ହେବ।
ରାହୁଲ ଗାନ୍ଧୀଙ୍କ ରୋଡ୍ ସୋ’ ପାଇଁ ପୋଲିସର ଟ୍ରାଫିକ ଆଡଭାଇଜରି । ବିମାନବନ୍ଦର ଛକରୁ ଜୟଦେବବିହାର ଛକ ଯାଏଁ ରୋଡ୍ ସୋ’ କାର୍ଯ୍ୟକ୍ରମ ରହିଛି । କିଛି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ଥିବାରୁ ଯାତ୍ରୀମାନେ ସେହି ରାସ୍ତା ବଦଳରେ ଅନ୍ୟ ରାସ୍ତାରେ ଯିବାକୁ କମିଶନରେଟ୍ ପୋଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି । ସକାଳ ୧୦ଟାରୁ ୧୨ଟା ଭିତରେ ବିମାନ ବନ୍ଦର ଛକରୁ ଜୟଦେବ ବିହାର ଛକ ଯାଏଁ ପ୍ରବଳ ଭିଡ଼ ହୋଇପାରେ ।
ସେହିପରି ଅପରାହ୍ନ ୧ଟା ୩୦ରୁ ୨ଟା ପର୍ଯ୍ୟନ୍ତ ବରମୁଣ୍ଡା ଛକରୁ ହୋଟେଲ ମେ’ ଫେୟାର ଛକ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି । ଅପରାହ୍ନ ୩ଟାରୁ ୩ଟା ୩୦ ଯାଏଁ ହୋଟେଲ ମେ’ ଫେୟାର ଛକରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି। ଅପରାହ୍ନ ୪ଟାରୁ ୫ଟା ଯାଏଁ ମାଷ୍ଟର କ୍ୟାଣ୍ଟିନ ଛକରୁ ବିମାନ ବନ୍ଦର ଛକ ଓ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି । ତେଣୁ ସମ୍ପୃକ୍ତ ସମୟ ମଧ୍ୟରେ ସେହି ସବୁ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯିବାଆସିବା କରିବାକୁ କମିଶନରେଟ୍ ପୋଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି ।
ଅନ୍ୟପଟେ ଆଜି ଭୁବନେଶ୍ବରରେ କଂଗ୍ରେସର ସମାବେଶକୁ ଆସୁଥିବା ଗାଡ଼ିକୁ ଅଟକାଇବ ନାହିଁ ଡ୍ରାଇଭର ମହାସଂଘ । ଏନେଇ ସ୍ପଷ୍ଟ କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ଏହାସହ ସମାବେଶକୁ ଗାଡ଼ି ଆଣୁଥିବା ଡ୍ରାଇଭରମାନଙ୍କୁ ବିନା ଭୟରେ ଗାଡ଼ି ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
Comments are closed.