ଟୋକିଓ: ଟେକ୍ନୋଲୋଜି ଏବଂ ଆଇଟି କ୍ଷେତ୍ରରେ ଜାପାନ ଆଉ ପାଦେ ଆଗେଇ ଯାଇଛି । ଇଂଟରନେଟ ସ୍ପିଡରେ ଏବେ ଜାପାନ ବିଶ୍ୱରେକର୍ଡ ସ୍ଥାପନ କରିଛି । ଜାପାନର ଗବେଷକମାନେ ୧.୦୨ ପେଟାବାଇଟ୍ସ (୧.୦୨ ମିଲିୟନ ଜିବି) ପ୍ରତି ସେକେଣ୍ଡ ସ୍ପିଡ ହାସଲ କରିପାରିଛନ୍ତି । ଏହା ଆମେରିକାଠାରୁ ୩.୫ ଗୁଣ ଏବଂ ଭାରତର ଇଂଟରନେଟ ସ୍ପିଡଠାରୁ ୧.୬ କୋଟି ଗୁଣ ଅଧିକ ରହିଛି । ଆପଣମାନେ ଅନୁମାନ କରନ୍ତୁ ନେଟଫ୍ଲିକ୍ସର ସମ୍ପୂର୍ଣ୍ଣ ଲାଇବ୍ରେରୀ ଓ ୧୫୦ ଜିବି କ୍ଷମତା ବିଶିଷ୍ଟ ୱାର ଜୋନ ଭିଡିଓ ଗେମକୁ ଆଖି ପିଛୁଳାକେ ଡାଉନଲୋଡ କରିହେବ ।
ଜାପାନର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଇନଫେରମିଶନ ଆଣ୍ଡ କମ୍ୟୁନିକେଶନ ଟେକ୍ନୋଲୋଜିର ବୈଜ୍ଞାନିକମାନେ ଏହାକୁ ବିକଶିତ କରିଛନ୍ତି । ସେମାନେ ଏଥିପାଇଁ ଅତ୍ୟାଧୂନିକ ଫାଇବର ଅପଟିକ୍ସ ଟେକ୍ନିକ ଓ ସିଗ୍ନଲ ପ୍ରୋସେସିଙ୍ଗର ବ୍ୟବହାର କରିଥିଲେ । ବିଶ୍ୱର ଆଭରେଜ ଇଂଟରନେଟ ସ୍ପିଡଠାରୁ ଏହା ୧୦୦୦୦ ଗୁଣ ଅଧିକ । ଜାପାନର ଏହା ମାଧ୍ୟମରେ ଏଆଇ, ଆଇଓଟି ଓ ଡିଜିଟାଲ କ୍ଷେତ୍ରରେ ଜାପାନ ନୂଆ ବିପ୍ଲବ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
Comments are closed.