ଲଣ୍ଡନ: ଲର୍ଡସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଘାତ ସମସ୍ୟାରେ ପଡିଛନ୍ତି । କିପିଂ କରୁଥିବା ବେଳ ଯଶପ୍ରୀତ ବୁମରାହ ଇଂଲଣ୍ଡର ଓଲୀ ପୋପଙ୍କ ଗୋଡ ଆଡେ ବୋଲିଂ କରିଥିଲେ । ପୋପ ଏହାକୁ ଖେଳିପାରି ନ ଥିଲେ । ବଲକୁ ରୋକିବା ପାଇଁ ପନ୍ତ ଡ୍ରାଇଭ ମାରିଥିଲେ । ଏଥିରେ ତାଙ୍କ ଆଙ୍ଗୁଳି ଆଘାତପ୍ରାପ୍ତ ହୋଇଥିଲା । ପ୍ରାରମ୍ଭିକ ଚିକିତ୍ସା ସତ୍ୱେ ପନ୍ତଙ୍କ ଯନ୍ତ୍ରଣା କମି ନ ଥିଲା । ପରେ ସେ ପଡିଆ ଛାଡିଥିଲେ ଏବଂ ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ କିପିଂ କରିଥିଲେ ।
ତାଜା ରିପୋର୍ଟ ଅନୁସାରେ ପନ୍ତଙ୍କ ଉପରେ ଏବେ ମେଡିକାଲ ଟିମ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ସେ ଖେଳିପାରିବେ କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ଭାବେ କିଛି କୁହାଯାଇ ନାହିଁ । ଅପରପକ୍ଷରେ ଅନ୍ୟ ଏକ ରିପୋର୍ଟ ଅନୁସାରେ ଯେତେଦୂର ସମ୍ଭବ ପନ୍ତ ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ପାରନ୍ତି । ଯଦି ଭାରତ ନିୟନ୍ତ୍ରଣରେ ମ୍ୟାଚ ରୁହେ ତେବେ ସେ ବିଶ୍ରାମ ନେବେ । ୧୨ ତାରିଖରେ ପନ୍ତ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହେବ ।
Comments are closed.