Latest Odisha News

BREAKING NEWS

ଟି୨୦: ୨୯ ବଲରେ ଶତକ ମାରିଲେ ଫହଦ

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ତୁର୍କୀର ମହମ୍ମଦ ଫହଦ ମାତ୍ର ୨୯ ବଲରେ ଶତକ ମାରିଛନ୍ତି । ଟି୨୦ କ୍ରିକେଟର ଏହା ଦ୍ୱିତୀୟ ଦ୍ରୁତ ଶତକ । ଇଷ୍ଟୋନିଆର ସାହିଲ ଚୌହ୍ୱାନ ୨୭ ବଲରେ ଶତକ ହାସଲ କରିଥିଲେ । ବୁଲଗେରିଆରେ ଚାଲିଥିବା ଟି୨୦ ତ୍ରିରାଷ୍ଟ୍ରୀୟ ମୁକାବିଲାରେ ତୁର୍କୀ ଫହଦଙ୍କ ଶତକ ବଳରେ ବୁଲଗେରିଆ ବିପକ୍ଷ ମ୍ୟାଚରେ ଦଳ ୧୯.୩ ଓଭରରେ ୨୩୭ ରନ କରିଥିଲା । ଫହତ ୩ ବଲରେ ୧୨୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ୧୧.୫ ଓଭରରେ ତୁର୍କୀ ୨୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରି ନେଇଥିଲା ।

ଯାହାକି ଟି୨୦ କ୍ରିକେଟରେ ଏକ ରେକର୍ଡ । ଏହା ପୂର୍ବରୁ ଏତେ କମ ଓଭରରେ କୌଣସି ଟିମ ୨୦୦ ଅଙ୍କ ଛୁଇଁ ପାରି ନ ଥିଲା । ୧୨.୧ ଓଭରରେ ଗୋଟିଏ ୱିକେଟ ହରାଇ ୨୦୫ ରନ କରିଥିବା ତୁର୍କୀର ୱିକେଟ ନାଟକୀୟ ଢ଼ଙ୍ଗରେ ପଡିଥିଲା । ଦଳର ଏହି ଭଳି ପ୍ରଦର୍ଶନ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ବୁଲଗେରିଆ ଟିମ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ୫୯ ରନରେ ମ୍ୟାଚ ହାରି ଯାଇଥିଲା ।

Comments are closed.