Latest Odisha News

BREAKING NEWS

ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲେ ରୁଟ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ରୁଟ ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ୪ର୍ଥ ସ୍ଥାନରେ ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ୮୦୦୦ ରନ ସଂଗ୍ରହ କରିଛନ୍ତି । ଏହି ତାଲିକାରେ ଭାରତର ସଚିନ ତେନ୍ଦୁଲକର ଆଗରେ ରହିଛନ୍ତି । ସେ ୧୭୯ ମ୍ୟାଚରେ ୧୩୪୯୨ ରନ କରିଛନ୍ତି । ତାଙ୍କ ପଛକୁ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ(୯୫୦୯) ଓ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ସ କାଲିସ(୯୦୩୩) ରହିଛନ୍ତି । ରୁଟ ୯୯ ମ୍ୟାଚରେ ଏହି କ୍ଲବରେ ସାମିଲ ହୋଇଛନ୍ତି ।

ଭାରତର ବିରାଟ କୋହଲି ଓ ୱେଷ୍ଟଇଣ୍ଡିଜର ବ୍ରାଏନ ଲାରା କିନ୍ତୁ ଅଳ୍ପକେ ଏହି କ୍ଲବରେ ସ୍ଥାନ ପାଇ ପାରି ନାହାନ୍ତି । କୋହଲି ୭୫୬୪ ଓ ଲାରା ୭୩୩୫ ରନ କରିଛନ୍ତି । ଏହି ଟେଷ୍ଟରେ ରୁଟ ୩୭ତମ ଶତକ ହାସଲ କରିବା ସହ ଭାରତର ରାହୁଲ ଡ୍ରାଭିଡଙ୍କୁ ପଛରେ ପକାଇ ଦେଇଛନ୍ତି । ଡ୍ରାଭିଡ ୩୬ ଶତକ ମାରିଥିଲେ । କେବଳ ବ୍ୟାଟିଂରେ ନୁହେଁ ଫିଲ୍ଡିଂରେ ମଧ୍ୟ ରୁଟ ଆଉ ଏକ ସଫଳତା ହାତେଇଛନ୍ତି । ସେ ୨୧୦ କ୍ୟାଚ ନେଇ ଡ୍ରାଭିଡଙ୍କୁ ପଛରେ ପକାଇଛନ୍ତି । ୱିକେଟକିପର ନ ହୋଇ ସର୍ବାଧିକ କ୍ୟାଚ ଦୌଡରେ ସେ ସାମିଲ ହୋଇଛନ୍ତି ।

Comments are closed.