Latest Odisha News

BREAKING NEWS

ଭୟଙ୍କର ଦୁର୍ଘଟଣା; ୧୫ ଫୁଟ୍ ତଳକୁ ଖସିଲା ସ୍କୁଲ୍ ଭ୍ୟାନ୍

କେନ୍ଦୁଝର: ଶନିବାର କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ବାଁପାର ନିକଟ ଅରଡେଇ ନଦୀ ପୋଲରୁ ଏକ ସ୍କୁଲ୍ ଭ୍ୟାନ୍ ପ୍ରାୟ ୧୫ ଫୁଟ୍ ତଳକୁ ଖସିପଡ଼ିଛି। ଆଜି ସକାଳ ପ୍ରାୟ ୬ଟା ୪୫ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଭ୍ୟାନ୍‌ରେ କୌଣସି ସ୍କୁଲ୍ ପିଲା ନଥିଲେ। ଡିମ୍ବୋ ଅଞ୍ଚଳର ଏକ ଘରୋଇ ସ୍କୁଲ୍‌ର ଏହି ଭ୍ୟାନ୍‌ଟି ସହରକୁ ପିଲାଙ୍କୁ ଆଣିବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଭ୍ୟାନ୍‌ଟି ପୋଲ ତଳକୁ ଖସିପଡ଼ିଥିଲେ ମଧ୍ୟ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି। ତାଙ୍କୁ ସାମାନ୍ୟ ଆଘାତ ଲାଗିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଦ୍ରୁତ ଗତି ଏବଂ ବ୍ରେକ୍ ଫେଲ୍ ଯୋଗୁଁ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ିଟି ପୋଲ ତଳକୁ ଖସିପଡ଼ିଥିବା ଅନୁମାନ କରାଯାଉଛି। ଖବର ପାଇ କେନ୍ଦୁଝର ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.