Latest Odisha News

BREAKING NEWS

୨୦୨୮ ଅଲିମ୍ପିକ୍ସ: କ୍ରିକେଟ କାର୍ଯ୍ୟସୂଚୀ ଘୋଷିତ

ଲସ ଆଞ୍ଜେଲ୍ସ: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯିବାକୁ ଯାଉଛି । ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଏହା ଖେଳାଯିବ । ମଙ୍ଗଳବାର ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ପୋମାନା ସହରର ଫେୟାରଗ୍ରାଉଣ୍ଡସ ଷ୍ଟାଡିୟମରେ ଜୁଲାଇ ୧୨ରୁ କ୍ରିକେଟ ମ୍ୟାଚଗୁଡିକ ଆୟୋଜିତ ହେବ । ପଦକ ମ୍ୟାଚ ୨୦ ଓ ୨୯ ଜୁଲାଇରେ ଖେଳାଯିବ । ପୁରୁଷ ଏବଂ ମହିଳା ବର୍ଗରୁ ୬ଟି ଲେଖାଏଁ ଟିମ ଟି୨୦ ଫର୍ମାଟରେ ମୁକାବିଲା କରିବେ । ଏହା ପୂର୍ବରୁ କେବଳ ୧୯୦୦ରେ ପ୍ୟାରିସ ଗେମ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ସେ ସମୟରେ କେବଳ ୨ଟି ଟିମ ଗ୍ରେଟ ବ୍ରିଟେନ ଓ ଫ୍ରାନ୍ସ ଏଥିରେ ଅଂଶଗ୍ରହଣ କରିଥିଲେ । ଗ୍ରେଟ ବ୍ରିଟେନ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ।

ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ୨୦୨୮ ଗେମ୍ସରେ କ୍ରିକେଟ, ବେସବଲ/ସଫ୍ଟବଲ, ଫ୍ଲାଗ ଫୁଟବଲ, ଲ୍ୟାକ୍ରୋସ (ସିକ୍ସ) ଓ ସ୍କ୍ୱାଶକୁ ସାମିଲ କରିଛି । କ୍ରିକେଟରେ ଆଇସିସି ଶ୍ରେଷ୍ଠ ୬ଟି ଟିମକୁ ଖେଳିବା ପାଇଁ ସୁଯୋଗ ମିଳିବ । ପ୍ରତ୍ୟେକ ଟିମରେ ୧୫ଜଣ ଖେଳାଳି ସ୍ଥାନ ପାଇବେ ।

Comments are closed.