Latest Odisha News

BREAKING NEWS

ଚତୁର୍ଥ ଟେଷ୍ଟରେ କରୁଣ ନାୟାରଙ୍କ ସ୍ଥାନରେ ସାମିଲ ହୋଇ ପାରନ୍ତି ସାଈ ସୁଦର୍ଶନ

ମାଂଚେଷ୍ଟର: ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି କରୁଣ ନାୟାର ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସେ ୮ ବର୍ଷ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲେ । ୩ଟି ଟେଷ୍ଟ ଖେଳା ଯାଇଥିବା ବେଳେ କରୁଣ ସେଭଳି ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ଲର୍ଡସ ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ଧୈର୍ଯ୍ୟ ସହକାରେ ବ୍ୟାଟିଂ କରିବା ପରିବର୍ତେ ଦାୟିତ୍ୱହୀନ ଶଟ ଖେଳି ଆଉଟ ହୋଇଥିଲେ । କୋଚ ଗୌତମ ଗମ୍ଭୀର ଏ ନେଇ ଅସନ୍ତୁଷ୍ଟ ଅଛନ୍ତି । ରିପୋର୍ଟ ମୁତାବକ ମାଂଚେଷ୍ଟର ଟେଷ୍ଟରେ କରୁଣଙ୍କ ସ୍ଥାନରେ ସାଈ ସୁଦର୍ଶନଙ୍କୁ ସୁଯୋଗ ମିଳିପାରେ । ଯଦି ଏହା ହୁଏ ତେବେ କରୁଣଙ୍କ ଟେଷ୍ଟ କ୍ୟାରିୟରର ପ୍ରାୟତଃ ଅନ୍ତ ଘଟିବ ।

ଡବ୍ଲ୍ୟୁ ଭି ରମଣଙ୍କ ପରି ପୂର୍ବତନ ଖେଳାଳିମାନେ ମଧ୍ୟ ଏବେ ସାଈଙ୍କୁ ସୁଯୋଗ ଦେବା ବୁଦ୍ଧିମାନର କାମ ହେବ ବୋଲି କହିଛନ୍ତି । କରୁଣ ୩ଟି ଟେଷ୍ଟରେ ୨୧.୮୩ ଆଭରେଜରେ ୧୩୧ ରନ ସଂଗ୍ରହ କରିଛନ୍ତି । ୪୦ ତାଙ୍କର ସର୍ବାଧିକ ସ୍କୋର ରହିଛି । ରମଣଙ୍କ ମତରେ ସାଈ ଏବଂ ଅଭିମନ୍ୟୁ ଈଶ୍ୱରନଙ୍କ ପରି ଯୁବ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ମିଳିଲେ ସେମାନଙ୍କ ଦକ୍ଷତା ପରଖି ହେବ ।

Comments are closed.