ଭୁବନେଶ୍ବର:କମ୍ ବଜେଟ୍ ଗ୍ରାହକଙ୍କ ପାଇଁ ରିଅଲମି ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ Realme C71 5G ଲଞ୍ଚ କରିଛି। ଏହି ଫୋନର ମୂଲ୍ୟ କମ୍ କିନ୍ତୁ ଏହି ଫୋନରେ ଆପଣ 6300 mAh ଶକ୍ତିଶାଳୀ ବ୍ୟାଟେରୀ, ମିଲିଟ୍ରି ଗ୍ରେଡ୍ ଷ୍ଟ୍ରଙ୍ଗ ବଡି, ଡୁଆଲ୍ ଭ୍ୟୁ ଭିଡିଓ ରେକର୍ଡିଂ, AI ଫିଚର୍ସ ଏବଂ ରିଭର୍ସ ଚାର୍ଜିଂ ଭଳି ଫିଚର ପାଇବେ।
ଏହି Realme ଫୋନର 4 GB / 64 GB ଭାରିଆଣ୍ଟର ମୂଲ୍ୟ ୭୬୯୯ ଟଙ୍କା ଏବଂ 6 GB / 128 GBର ମୂଲ୍ୟ ୮୬୯୯ ଟଙ୍କା। କମ୍ପାନୀର ଅଫିସିଆଲ୍ ସାଇଟ୍ ବ୍ୟତୀତ, Flipkart ଏବଂ ଅଫଲାଇନ୍ ଖୁଚୁରା ଷ୍ଟୋରଗୁଡ଼ିକରେ ଏହି ଫୋନର ବିକ୍ରୟ ଆରମ୍ଭ ହୋଇଛି।
ଏହି ମୂଲ୍ୟରେ ଏହି Realme ଫୋନ୍ Samsung Galaxy F06 5G (ମୂଲ୍ୟ ୭୯୯୯ ଟଙ୍କା), REDMI A4 5G (ମୂଲ୍ୟ ୮୯୪୭ ଟଙ୍କା), LAVA Yuva 5G (ମୂଲ୍ୟ ୮୨୯୯ ଟଙ୍କା) ଏବଂ POCO C75 5G (ମୂଲ୍ୟ 7699 ଟଙ୍କା) ଭଳି ସ୍ମାର୍ଟଫୋନକୁ କଡ଼ା ଟକ୍କର ଦେବ।
Realme C71 5G ଫିଚର..
-ଏହି Realme ଫୋନରେ ୬.୭୪ ଇଞ୍ଚର LCD ଡିସପ୍ଲେ ଅଛି ଯାହା 90 Hz ରିଫ୍ରେସ୍ ରେଟ୍ ଏବଂ 568 nits ପିକ୍ ବ୍ରାଇଟନେସ୍ ସପୋର୍ଟ କରେ।
-ଏହି ବଜେଟ୍ ଫୋନରେ Unisoc T7250 ପ୍ରୋସେସର ବ୍ୟବହାର କରାଯାଇଛି।
-6GB ମଡେଲଟି 12GB ପର୍ଯ୍ୟନ୍ତ ଭର୍ଚୁଆଲ୍ RAM ସମର୍ଥନ କରେ, ଅର୍ଥାତ୍ ଆପଣ 6GB ମୂଲ୍ୟରେ 18GB ପର୍ଯ୍ୟନ୍ତ RAM ପାଇପାରିବେ।
– ଫୋନର ପଛପଟେ 13 ମେଗାପିକ୍ସେଲ AI କ୍ୟାମେରା ସେନ୍ସର ଏବଂ ସାମ୍ନାରେ 5 ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି। ଏହି ଫୋନରେ AI ଇରେଜର, AI କ୍ଲିୟର ଫେସ୍, ପ୍ରୋ ମୋଡ୍ ଏବଂ ଡୁଆଲ୍ ଭ୍ୟୁ ଭିଡିଓ ଭଳି ବିଶେଷ ଫିଚର ରହିଛି।
-ଏହି ଫୋନରେ 45W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 6300mAh ବ୍ୟାଟେରୀ ଅଛି । Realme C71 6W ରିଭର୍ସ ଚାର୍ଜିଂ ସପୋର୍ଟ ଅଛି, ଯାହାର ଅର୍ଥ ହେଉଛି ଏହି ଡିଭାଇସରୁ ଟାଇପ୍-Cରୁ C କେବୁଲ୍ ମାଧ୍ୟମରେ ଅନ୍ୟ ଏକ ଡିଭାଇସ୍ ଚାର୍ଜ ହୋଇପାରିବ। ଏହାଦ୍ବାରା ୟୁଜର ବେଶ ଲାଭବାନ ହୋଇପାରିବେ । କମ୍ପାନୀ ଦାବି କରିଛି ଯେ ଫୋନର ବ୍ୟାଟେରୀ 36 ମିନିଟରେ 50 ପ୍ରତିଶତ ଚାର୍ଜ ହୋଇଯାଏ।
-ଏହି ବଜେଟ୍ ଫୋନ୍ Android 15 ଉପରେ ଆଧାରିତ Realme UIରେ କାମ କରେ।
କନେକ୍ଟିଭିଟି ବିକଳ୍ପକୁ ଦେଖିଲେ ଏହା Beidou, Bluetooth 5.2, GPS, GLONASS, Galileo, Wi-Fi ଏବଂ USB Type-C ପୋର୍ଟକୁ ସମର୍ଥନ କରେ । ଏହାର ମୋଟେଇ 7.94 ମିମି ଏବଂ ଓଜନ 201 ଗ୍ରାମ ଅଛି । ଏଥିରେ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ପ୍ରଦାନ କରିଛି କମ୍ପାନୀ ।
Comments are closed.