Latest Odisha News

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ୪ର୍ଥ ସନ୍ଧ୍ୟା: ଅଭିନୟ ଓ ନୃତ୍ୟର ଚିତ୍ତାକର୍ଷକ ପ୍ରଦର୍ଶନ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀକ ଓଡ଼ିଶୀ ନୃତ୍ୟ ଉତ୍ସବର ରବିବାର ଥିଲା ଚତୁର୍ଥ ଦିବସ ।

ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମାଲେଶିୟାରୁ ଆସିଥିବା ଗୀତା ଶଙ୍କରନ ଓ ସାଥୀଙ୍କ ଦ୍ୱାରା ଦଳଗତ ନୃତ୍ୟ ପରେ ପରେ ଏକକ ନୃତ୍ୟ ପରିବେଶଣ କରିଥିଲେ ବର୍ଦ୍ଧମାନର ପ୍ରିତୀ ସରକାର, ପାରଳାଖେମୁଣ୍ଡିର ବିଷ୍ଣୁପ୍ରିୟା ମଣ୍ଡଳ, ଯାଜପୁରର ଶୁଭଲକ୍ଷ୍ମୀ ସ୍ୱାଇଁ, ରାଉରକେଲାର ରିତିକା ରାଏ, କଲିକତାର ପାୟଲ ମଜୁମଦାର ମଣ୍ଡଳ, ଭୁବନେଶ୍ୱରର ସୂର୍ଯ୍ୟକାନ୍ତି ସାହୁ, ଉତ୍ତର ପ୍ରଦେଶର ପବୋନ ରାଜୱାର, ଭୁବନେଶ୍ୱରର ସୁଧାଶ୍ରୀ ପ୍ରିୟଦର୍ଶିନୀ, କଲିକତାର ଜିତ ଘୋଷ, ଦିଲ୍ଲୀର ସିଂଗ୍ଧା ସିଖା ପାଟ୍ଟଯୋଷୀ । ଦ୍ୱୈତନୃତ୍ୟ ପରିବେଶଣ କରିଥିଲେ ଐଶୋଯ୍ୟା ମହାନ୍ତି ଓ ପ୍ରତିକ୍ଷା କୁଅଁର ।

ଦଳଗତ ନୃତ୍ୟ ପରିବେଶଣ କରିଥିଲେ ଶୁଭଶ୍ରୀ ପଟ୍ଟନାୟକ ଓ ସାଥୀ (ନୃତ୍ୟଧାମ) ଏବଂ ଶେଷରେ କଲିକତାର ଶଂକଳ୍ପ ନୃତ୍ୟାୟନର ଶିଳ୍ପୀମାନଙ୍କର ନୃତ୍ୟ ଅତ୍ୟନ୍ତ ଚିତାକର୍ଷକ ଥିଲା ।

ଅପରାହ୍ନ ଅଧିବେଶନର ପ୍ରଥମ ପ୍ରସ୍ତୁତି ଥିଲା କଟକ କଳାବିକାଶ କେନ୍ଦ୍ରର ସୁଧାରାଣୀ ପ୍ରଧାନଙ୍କ ଦ୍ୱାରା ଅଭିନୟ କେଡ଼େ ଛନ୍ଦ ଜାଣେ ଲୋ ସହୀ ପରେ ପରେ ଆଶ୍ରିତା ସାମନ୍ତରାୟ ଓ ସାଇ ପ୍ରାର୍ଥନାଙ୍କ ଦ୍ୱାରା ରାଗ ରାଗେଶ୍ରୀ ଓ ତାଳ ଏକତାଳୀ ଉପରେ ନିବଦ୍ଧ ପଲ୍ଲବୀ ପରିବେଶିତ ହୋଇଥିଲା । ତା ପରେ ମାଲେଶିୟାରୁ ଆସିଥିବା ଅନନ୍ୟା କାନ୍ନନଙ୍କ ଦ୍ୱାରା ରାଗ ଆରଭୀ ଓ ତାଳ ତ୍ରିପଟା ଉପରେ ଅଭିନୟ ମାନ ଉଦ୍ଧାରଣ କର ହେ କାରଣ ଶରଣ ମଁ ତୁମ୍ଭ ପଦ ତଳେ ପରିବେଶିତ ହୋଇଥିଲା ।

ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ପୁରୀ ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ମତେ ସେହି ଋପ ଦେଖାଅ ହରି ପରେ ପରେ କଲିକତାର ପୂଜା ସାହାଙ୍କ ଦ୍ୱାରା ଅଭିନୟ ଲୀଳା ନିଧି ହେ ଲାଜେ ମୁଁ ଗଲିଟି ସଢି ପରିବେଶିତ ହୋଇଥିଲା । ପରବର୍ତ୍ତୀ କାର୍ଯ୍ୟକ୍ରମଟି ଥିଲା ଆମେରିକାର ସବିତା ମିଶ୍ରଙ୍କ ଦ୍ୱାରା ରାଗ କୀରବାଣୀ ଓ ତାଳ ଯତିରେ ଅଭିନୟ ମୋହନେ ଦେଲି ଚାହିଁ ଗୋ ଆଗେ ପ୍ରିୟ ସହୀ ପରେ ପରେ ନୂଆଦିଲ୍ଲୀର ଆକାଂକ୍ଷା ପାଢୀ ଓ କେତକୀ ପରିଛାଙ୍କ ଦ୍ୱାରା ରାଗ ବିହାଗ ଓ ତାଳ ଏକତାଳୀ ଉପରେ ପଲ୍ଲବୀ ପରିବେଶିତ ହୋଇଥିଲା ।

ଏକକ ନୃତ୍ୟରେ ଶିବାଙ୍ଗୀ ଦାସଙ୍କ ଦ୍ୱାରା ଅଭିନୟ ଗୀତଗୋବିନ୍ଦ ଶ୍ରିତ କମଳା କୁଚ ମଣ୍ଡଳ ପରେ ପରେ ସୁଶ୍ରୀ ମହାନ୍ତିଙ୍କ ଦ୍ୱାରା ରାଗ ମଧ୍ୟମାଦୀ ଓ ତାଳ ତ୍ରିପଟା ଉପରେ ପଲ୍ଲବୀ ପରିବେଶିତ ହୋଇଥିଲା ।

ଅପରାହ୍ନର ଶେଷ ପରିବେଶଣ ଥିଲା ଇନ୍ଦ୍ର କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ଦୀପଂ ଜ୍ୟୋତି ପରଂବ୍ରହ୍ମ  ଦୀପଂ ଜ୍ୟୋତି ଜନାର୍ଦ୍ଦନ ଏବଂ ଶିବାଷ୍ଟକ ଯାହା ଦର୍ଶକଙ୍କୁ ଭରପୁର ଆନନ୍ଦ ପ୍ରଦାନ କରିଥିଲା ।

ଆଜି ସଂଧ୍ୟାର ଅତିଥି ଥିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର; ଆର୍ଟ ଭିଜନର ସଚିବ ଗୁରୁ ଇଲିଆନା ସିତାରିଷ୍ଟ; ପୂର୍ବତନ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ହରି ଶଙ୍କର ଉପାଧ୍ୟାୟ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ସଙ୍ଗୀତା ଗୋସାଇଁ ।

ସଂଧ୍ୟା ଅଧିବେଶନର ପ୍ରଥମ ପ୍ରସ୍ତୁତିରେ ଥିଲା ଆମେରିକାର ବିଷ୍ଣୁ ତତ୍ତ୍ୱ ଦାସଙ୍କ ଦ୍ୱାରା ଅଭିନୟ ଛାଡ଼ି ଦେ ମୁଁ ଯିବି ଫୁଲ ତୋଳିରେ ବନମାଳୀ ପରେ ପରେ କଲିକତାର ସୁମୟୀ ମୁଖାର୍ଜିଙ୍କ ଦ୍ୱାରା ଅଭିନୟ ଶିବସ୍ତୁତି, ଭୁବନେଶ୍ୱରର ରୁଦ୍ର ପ୍ରସାଦ ସ୍ୱାଇଁଙ୍କ ଦ୍ୱାରା ଅଭିନୟ ଅଶ୍ୱସ୍ଥାମା – ମୃତ୍ୟୁ ମୃତ୍ୟୁ ମାଗେ ଅମରତ୍ୱ, ଦ୍ୱୈତ ନୃତ୍ୟରେ ଆଶୁତୋଷ ଓ ବିଶ୍ୱରୂପା ଦିକ୍ଷିତ ପରିବେଶଣ କରିଥିଲେ ନଦୀ ଓ ନାରୀ – କିଏ ଗୋ ସଖୀ ତୁମେ ଯାଅ ବହି ବହି ।

ଏକକ ନୃତ୍ୟରେ ଆମେରିକାରୁ ଆସିଥିବା ଶିଳ୍ପୀ ଶିମାନ୍ତିନି ମିତ୍ର ବେହୁରା
ପରିବେଶଣ କରିଥିଲେ ଅଭିନୟ ମଧୁରାଷ୍ଟକ- ଅଧର ମଧୁରଂ ବଦନ ମଧୁରଂ, କାନାଡ଼ାର ଆନନ୍ଦ ଶକ୍ତି ପରିବେଶଣ କରିଥିଲେ ରାଗ ବସନ୍ତ ଉପରେ ପଲ୍ଲବୀ । ଦ୍ୱୈତ ନୃତ୍ୟରେ କୋଶିସ ଭାରତି ଓ ଦିବ୍ୟଦର୍ଶନୀ ସୁପକାର ପରିବେଶଣ କରିଥିଲେ ମାତୃଶକ୍ତି  ଉପରେ ପର୍ଯ୍ୟବେସିତ ଯୋଗିନି ଯୋଗିନି ପରେ ପରେ ଏକକ ନୃତ୍ୟ ପରିବେଶଣ କରିଥିଲେ ବାଲେଶ୍ୱରର ଦିଲ୍ଲୀପ ମହାପାତ୍ର ଏବଂ କଲିକତାର ସ୍ମୃତି ସ୍ୱୟଂସିଗ୍ଧା ।ସଂଧ୍ୟାର ଶେଷ ପରିବେଶଣ ଥିଲା ନୃତ୍ୟାଙ୍ଗନା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ।

Comments are closed.