ରାୟଗଡା ଜିଲ୍ଲାରେ ପାରିବାରିକ କଳହ ନେଲା ଜୀବନ । ବାହାଘରର କେତଟା ବର୍ଷ ନପୁରୁଣୁ ଆଖି ବୁଝିଛି ଝିଅ । ଶାଶୂଘର ଲୋକେ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ରାୟଗଡା ଜିଲ୍ଲା ବିଷମକଟକ ଥାନା ଚାଞ୍ଚରାଗୁଡା ମାଠିଆ ସାହିରେ ଘଟିଥିବା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି । ଚନ୍ଦ୍ରପୁର ଥାନା କାର୍ଡପାଙ୍ଗା ଗାଁର ସନ୍ତୋଷ ବ୍ରେକବାଡାଙ୍କ ଝିଅ ଅନୁ ବ୍ରେକବାଡା ୫ ବର୍ଷ ପୂର୍ବେ ଚଞ୍ଚାଡାଗୁଡା ଗାଁର ମକର କାଡ୍ରାକାଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ଯାଏଁ ସବୁକିଛି ଠିକ ଚାଲିଥିଲା । ହେଲେ ଏହା ପରେ ମକର ବାରମ୍ବାର ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଏ ବାବଦରେ ଅନୁ ନିଜ ବାପଘରେ ଏହି କଥା କହିଥିଲା । ତଥାପି ଶାଶୂଘରେ ସମସ୍ତଙ୍କ ମନ ନେଇ ଚଳିବାକୁ ଅନୁଙ୍କ ପିତା କହିଥିଲେ । କିଛିଦିନ ଠିକ ଚାଲିବା ପରେ ହଠାତ ଅନୁ ବ୍ରେକବାଡାଙ୍କ ଦେହ ଅସୁସ୍ଥ ଥିବା କଥା ସ୍ୱାମୀ ମକର ତାଙ୍କ ପରିବାରଲୋକଙ୍କୁ କହିଥିଲେ । ଆଉ ଅସୁସ୍ଥ ଥିବାରୁ ତାଙ୍କୁ ବିଷମକଟକ ମେଡିକାଲରେ ସ୍ୱାମୀ ମକର କାଡ୍ରାକା ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଅନୁଙ୍କ ମୃତ୍ୟୁ ଖବର ପାଇବା ପରେ ଝିଅ ଅନୁଙ୍କୁ ତାଙ୍କ ଶାଶୂଘର ଲୋକେ ହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଏହି ଘଟଣାରେ ସ୍ୱାମୀ ମକରକୁ ଅଟକ ରଖିଛି । ସେପଟେ ବିଷମକ କଟକ ଏସଡିପିଓ ସମେତ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରି ଆସିଥିବା ସୂଚନା ମିଳିଛି ।
BREAKING NEWS
- କୁନୋରେ ସଫଳ ହେଉଛି ‘ଚିତା ପ୍ରକଳ୍ପ’; ୪ ଶାବକ ଜନ୍ମ
- ଆଜି ସନ୍ଧ୍ୟା ସୁଦ୍ଧା ଆଣ୍ଡାମାନ ସାଗରରେ ହୋଇପାରେ ଲଘୁଚାପ କ୍ଷେତ୍ର ସୃଷ୍ଟି
- ବାର୍ଷିକ ପ୍ରାୟ ୩,୦୦୦ କୋଟି ଟଙ୍କାର ଆୟକର ଦେଉଛି ବିସିସିଆଇ
- ଆସୁଛି ପାର୍ବଣ, କିଏ ସମ୍ଭାଳିବେ କମିଶନରେଟ୍ ପୋଲିସର ମଙ୍ଗ? ନୂଆ ଡିସିପି ପଦ ପାଇଁ ଏକାଧିକ ଆଇପିଏସଙ୍କ ନାଁ ଚର୍ଚ୍ଚାରେ
- ବିରୋଧର ନୂଆ ତରିକା: ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଗାଡ଼ିକୁ ଅଣ୍ଡା ଫିଙ୍ଗିଲେ ଅସନ୍ତୁଷ୍ଟ ଯୁବକ
- ଶ୍ରୀମନ୍ଦିରରେ ମହାପ୍ରସାଦର ମାନ ଓ ଦର ନିର୍ଦ୍ଧାରଣ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ପଦକ୍ଷେପ
- ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ:ଶିଳ୍ପ ମନ୍ତ୍ରୀ
- କ୍ୟାଟ୍ରିନା ଓ ଐଶ୍ୱର୍ଯ୍ୟାଙ୍କୁ ବଡି ଶେମିଂ: ସମାଜରେ ମୋଟାପଣକୁ ନେଇ କାହିଁକି ଏତେ ଘୃଣା?
- ୟୁପିଆଇ ନେଣଦେଣ ବିବାଦ ଉପରେ ନବୀନଙ୍କ ବଡ଼ ବୟାନ: ‘ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା ହେବା ଜରୁରୀ’
- ମୋବାଇଲ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର: ଶସ୍ତା ହୋଇପାରେ ରିଚାର୍ଜ

Comments are closed.