Latest Odisha News

BREAKING NEWS

ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ କଲା ପୋଲିସ

ବରଗଡ: କିଛି ଦିନର ବ୍ୟବଧାନ ପରେ ବରଗଡ଼ରୁ ପୁଣି ଜବତ ହେଲା ବ୍ରାଉନସୁଗାର l ବିଶେଷ ସୂତ୍ରରୁ ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ଘୁଳିପାଲି ଛକରେ ସମ୍ବଲପୁର ପଟୁ ଆସୁଥିବା ଏକ ସ୍କୁଟି ଉପରେ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ସ୍କୁଟିରୁ ୫୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ସହରର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

ସେମାନଙ୍କ ପାଖରୁ ଗୋଟିଏ ସ୍କୁଟି, ୨ଟି ମୋବାଇଲ୍, ୧୪ ଶହ ଟଙ୍କା ଓ ବ୍ରାଉନସୁଗାର ଜବତ କରିଛି l ଜବତ ବ୍ରାଉନସୁଗରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମୀନା I ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ମଧ୍ୟ ରହିଛି l

କିଛି ଦିନ ପୂର୍ବରୁ ସହରରୁ ଜଣେ ମହିଳା ଏଭଳି ବ୍ରାଉସୁଗର ବ୍ୟବସାୟ ଚଳାଉଥିଲେ l ପୋଲିସ ଚଢ଼ାଉ କରି ୧୨ ଗ୍ରାମରୁ ଅଧିକ ବ୍ରାଉସୁଗର୍ ଜବତ୍ କରିବା ସହ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଦିନକୁ ଦିନ ସହରରେ ନିଶା କାରବାର ବଢୁଥିବାରୁ ଲୋକଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ଲାଗିରହିଛି l

Comments are closed.