Latest Odisha News

BREAKING NEWS

୭୭ ଲକ୍ଷ ମୂଲ୍ୟର ୬ ହଜାର ଲିଟର ନକଲି ବିଦେଶୀ ମଦ ଜବତ, ୪ ଗିରଫ

ଭୁବନେଶ୍ୱର: ଅବକାରୀ ବିଭାଗକୁ ସଫଳତା । ରାଜଧାନୀ ଭୁବନେଶ୍ବରରୁ ଚୋରା ଚାଲାଣ ବେଳେ ୬ ହଜାର ୨୦୩ରୁ ଅଧିକ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ବିଭାଗ । ଏହାର ମୂଲ୍ୟ ପ୍ରାୟ ୭୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ବିରଞ୍ଚି ରଣା ଓ ପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡି ।

ମିଳିଥିବା ଖବର ମୁତାବକ, ଅବକାରୀ ଆୟୁକ୍ତଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଅବକାରୀ ଗୁଇଁନ୍ଦା ବିଭାଗ-୨, କଟକ ଏକ ବିଶେଷ ସୂତ୍ରରୁ ଏକ ଚୋରା ରାକେଟ ନକଲି ବିଦେଶୀ ମଦ କାରବାରରେ ସଂପୃକ୍ତ ଥିବା ଖବର ପାଇଥିଲେ । ଏହି ସମୟରେ ଦୁଇ ଅଭିଯୁକ୍ତ ପିକଅପ୍ ଭ୍ୟାନ ଯୋଗେ ୧୮ ପେଟି ମଦ ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଅଂଚଳକୁ ଯୋଗାଇ ଦେବାପାଇଁ ଯାଉଥିଲେ । ବିଭାଗୀୟ ଅଫିସର ଓ କର୍ମଚାରୀ ଗ୍ରାହକ ସାଜି ଉକ୍ତ ଚୋରାବେପାରୀଙ୍କ ଠାରୁ କିଛି ନକଲିମଦ କିଣିବା ନେଇସେଠାକୁ ଯାଇ ମଦ ମାଗିଥିଲେ । ବିଭାଗୀୟ କର୍ମଚାରୀ ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରିଵା ସହ ମଦ ଜବତ କରିଥିଲେ ।

ଏମାନଙ୍କୁ ପଚରାଉଚରା କରିବାରୁ ସେମାନେ ସବୁ ସତ ମାନିଯାଇଥିଲେ । ଏହି ମଦ କେଉଁଠାରୁ ଅଣାଯାଇଥିଲା ଏବଂ କେଉଁ କେଉଁ ଠାରେ ଗଛିତ ଅଛି ବୋଲି ସେମାନେ ସ୍ବୀକାର କରିଥିଲେ । ଏମାନଙ୍କ ତଥ୍ୟ ଆଧାରରେ ଗୁଇଁନ୍ଦା ବିଭାଗର ଅଧିକାରୀମାନେ ଆଠଗଡ ଅଂଚଳର ମୈତ୍ରିନଗର ଠାରେ ଥିବା ଗୋଟିଏ ଗୃହରୁ ୩୦୦ ପେଟି ନକଲି ବିଦେଶୀ ମଦ ଜବତ କରିଥିଲେ । ପରେ ପରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅର୍ନ୍ତଗତ ବାଉଁଶ ପୋଖରୀ ଗ୍ରାମରୁ ଆଉ ୪୦୦ ପେଟି ନକଲି ବିଦେଶୀ ମଦ ଜବତ କରିବା ସହିତ ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ଆସାମୀକୁ ଗିରଫ କରିଥିଲେ ।

 

Comments are closed.