Latest Odisha News

BREAKING NEWS

ବେଟିଂ ଆପ ମାମଲାରେ ଗୁଗଲ ଓ ମେଟାକୁ ନୋଟିସ

ନୂଆଦିଲ୍ଲୀ: ବେଟିଂ ଆପ ମାମଲାରେ ଗୁଗଲ ଓ ମେଟା ଉପରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଗୁଗୁଲ୍ ଏବଂ ମେଟା ବିରୋଧରେ ବେଟିଂ ଆପ୍ସକୁ ପ୍ରମୋସନ କରିବାରେ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି। ଯାହାକି ବର୍ତ୍ତମାନ ମନି ଲଣ୍ଡରିଂ ଏବଂ ହାୱାଲା କାରବାର ସମେତ ଅନେକ ଗମ୍ଭୀର ଆର୍ଥିକ ଅପରାଧ ସହ ଜଡ଼ିତ ଥିବା ସୂତ୍ରରୁ ଜଣା ପଡ଼ିଛି।

ତେଣୁ ଶନିବାର ଦିନ ଏହି ମାମଲାର ତଦନ୍ତ ସହିତ ଜଡିତ ଟେକ୍ ଜାଏଣ୍ଟ ଗୁଗୁଲ୍ ଏବଂ ମେଟାକୁ ଇଡି ନୋଟିସ୍ ଜାରି କରିଛି। ତେବେ ୨୧ ଜୁଲାଇରେ ପଚରାଉଚରା ପାଇଁ ସମନ ହୋଇଛି। ତେବେ ଅନେକ ସେଲିବ୍ରିଟି ଏବଂ ଇନଫ୍ଲୁଏନସରଙ୍କ ବିରୁଦ୍ଧରେ ତଦନ୍ତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଏହି ଟେକ୍ କମ୍ପାନୀଗୁଡ଼ିକ ବେଟିଂ ଆପକୁ ବିଜ୍ଞାପନ ସ୍ଲଟ୍ ପ୍ରଦାନ କରିଥିଲେ। ଏହି ପ୍ଲାଟଫର୍ମ ସହିତ ଜଡିତ ଥିବା ୱେବସାଇଟ୍ ଗୁଡ଼ିକୁ ସେମାନଙ୍କ ପ୍ଲାଟଫର୍ମରେ ଦେଖାଇବାକୁ ଅନୁମତି ଦେଇଥିବା ନେଇ ଅଧିକାରୀମାନେ କହିଛନ୍ତି। ଏସବୁ ବେଆଇନ୍ ହୋଇଥିବାରୁ ବର୍ତ୍ତମାନ୍ ଇଡି ଏହାକୁ ନେଇ ଏପରି ନିଷ୍ପତ୍ତି ନେଇଛି।

 

Comments are closed.