ମାଂଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ କ୍ରିକେଟ ଟେଷ୍ଟ ମାଂଚେଷ୍ଟରରେ ଖେଳାଯିବ । ଏହି ସିରିଜରେ ରିଷଭ ପନ୍ତଙ୍କ ପ୍ରଦର୍ଶନ ବେଶ ପ୍ରଶଂସନୀୟ ରହିଛି । ମାଂଚେଷ୍ଟରରେ ଇତିହାସ ରଚିବା ପାଇଁ ପନ୍ତଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି । ପନ୍ତ ଯଦି ଏହି ମ୍ୟାଚରେ ୪୦ ରନ ସଂଗ୍ରହ କରିବେ ତେବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବେ । ପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମାଙ୍କ ନାମରେ ରହିଥିଲା । ସେ ୪୦ ମ୍ୟାଚରେ ୨୭୧୬ ରନ କରିଛନ୍ତି । ପନ୍ତ ୩୭ ମ୍ୟାଚରେ ୨୬୭୭ ରନ ସଂଗ୍ରହ କରି ସାରିଛନ୍ତି । ଏହି ତାଲିକାରେ ବିରାଟ କୋହଲି ତୃତୀୟ ସ୍ଥାନରେ ରହିଛନ୍ତି । ସେ ୪୬ ମ୍ୟାଚରେ ୨୬୧୭ ରନ କରିଛନ୍ତି ।
ରୋହିତ ଓ ବିରାଟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବାରୁ ପନ୍ତ ଏହି ରେକର୍ଡ ବଜାୟ ରଖିବେ ବୋଲି ଆଶା କରାଯାଉଛି । ଲର୍ଡସ ଟେଷ୍ଟରେ ପନ୍ତ ଆଘାତପ୍ରାପ୍ତ ହୋଇଛନ୍ତି । ସେ ୪ର୍ଥ ଟେଷ୍ଟରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ଚଳିତ ତେନ୍ଦୁଲକର-ଆଣ୍ଡରସନ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ସିରିଜରେ ତିଷ୍ଠି ରହିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ କିମ୍ବା ଡ୍ର ରଖିବାକୁ ପଡିବ ।
Comments are closed.