Latest Odisha News

BREAKING NEWS

ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଉପରକୁ ଏୟାର ଗନରୁ ଫାୟାରିଂ ; ସ୍ବାମୀକୁ ଗିରଫ କଲା ପୋଲିସ

ବଲାଙ୍ଗୀର: ପାଟଣାଗଡ଼ ଥାନା ଚୁଲୁଦା ଗ୍ରାମରେ ମଦ୍ୟପ ସ୍ବାମୀର ଉନ୍ମତ କାଣ୍ଡ । ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଛାତିକୁ ଏୟାର ଗନରୁ ଫାୟାରିଂ କରିଛି ମଦ୍ୟପ ସ୍ବାମୀ ।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଚୁଲୁଦା ଗ୍ରାମରେ ଶନିବାର ଦିନ ୩୫ ବର୍ଷୀୟ ପ୍ରହଲ୍ଲାଦ ମଲ୍ଲିକ ସ୍ତ୍ରୀ ନୀର ମଲ୍ଲିକଙ୍କୁ ଏୟାର ଗନରୁ ଫାୟାରିଂ କରିଥିଲେ। ଫଳରେ ଗୁଳି ନୀରଙ୍କ ଛାତିରେ ବାଜିବାରୁ ଗୁରୁତର ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼ ଏବଂ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।

ପାରିବାରିକ କଳହରୁ ସ୍ବାମୀ ପ୍ରହଲ୍ଲାଦ ମଦ ପିଇ ନିଶାସକ୍ତ ଅବସ୍ଥାରେ ଗୁଳିକାଣ୍ଡ କରିଥିବା କୁହାଯାଉଛି । ଏପଟେ ପାଟଣାଗଡ଼ ପୋଲିସ ସ୍ବାମୀ ପ୍ରହଲ୍ଲାଦଙ୍କୁ ଗିରଫ କରିଛି। ବନ୍ଧୁକରେ ଗୁଳି ଭର୍ତ୍ତି କରୁଥିବାବେଳେ ଫାୟାର ହୋଇ ସ୍ତ୍ରୀଙ୍କ ଛାତିରେ ବାଜିଥିବା ଗିରଫ ସ୍ବାମୀ କହିଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Comments are closed.