ନୟାଗଡ଼ :ନୟାଗଡ଼ ଜିଲ୍ଲା ଶରଣକୂଳ ଦରପଦା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବୋଲବମ ଅଟୋ ରିକ୍ସାକୁ ଧକ୍କା ଦେଲା ପିକଅପ ଭ୍ୟାନ୍। ଜଣେ ମହିଳା କାଉଡିଆଙ୍କ ମୃତ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ କଟରାଝରି ଗାଁର ପୂଜା ସ୍ବାଇଁ । ଏପଟେ ସମସ୍ତ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।
ସୂଚନାନୁସାର, ଆସନ୍ତାକାଲି ଶ୍ରାବଣ ସୋମବାର ଥିବାରୁ ଥିବାରୁ କଣ୍ଟିଲୋ ମହାନଦୀ ଘାଟରୁ କାଉଡିଆମାନେ ପାଣି ଉଠାଇ ଆସୁଥିଲେ । ତେବେ ଚାଲି ନପାରିବାରୁ ୭ଜଣ କାଉଡିଆ ଅଟୋରେ ଯାଉଥିଲେ । ଏହି ସମୟରେ ଦରପଦା ନିକଟରେ ଏକ ପିକଅପ୍ ଭ୍ୟାନ ଆସି ଅଟୋକୁ ଧକ୍କା ଦେଇଥିଲା ।
Comments are closed.