Latest Odisha News

BREAKING NEWS

ଝଡ଼ ତାଣ୍ଡବ; ପର୍ଯ୍ୟଟକ ଡଙ୍ଗା ଓଲଟି ୩୪ମୃତ୍ୟୁ

ନୂଆଦିଲ୍ଲୀ: ଶନିବାର ଅପରାହ୍ନରେ ଭିଏତନାମରେ ହଠାତ୍ ଝଡ଼ ଆସିବାରୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଛି । ଫଳରେ ୩୪ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟପଟେ ଅନେକ ନିଖୋଜ ରହିଛନ୍ତି । ଉଦ୍ଧାରକାରୀ ଦଳ ୧୧ ଜଣଙ୍କୁ ବଞ୍ଚାଇଛନ୍ତି। ସୂଚନାନୁସାରେ, ‘ୱାଣ୍ଡର ସି’ ଡଙ୍ଗାଟି ୪୮ ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହା ଲଙ୍ଗ ବେ ଅଭିମୁଖେ ଯାତ୍ରା କରୁଥିଲା।

ଅଧିକାଂଶ ଯାତ୍ରୀ ଦେଶର ରାଜଧାନୀ ହାନୋଇର ପର୍ୟ୍ୟଟକ ଥିଲେ, ଯେଉଁଥିରେ ପ୍ରାୟ ୨୦ ଜଣ ପିଲା ଥିଲେ।

ଅନେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୩ ଜଣ ନିଖୋଜ ଥିବା ମଧ୍ୟ ରିପୋର୍ଟ ହୋଇଛି। ଘଟଣାସ୍ଥଳରୁ ସମସ୍ତ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ୧୪ ବର୍ଷୀୟ ବାଳକ ମଧ୍ୟ ଥିଲା, ଯାହାକୁ ଓଲଟି ପଡ଼ିଥିବା ଡଙ୍ଗାରେ ଫସି ରହିବାର ଚାରି ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା।

 

Comments are closed.