Latest Odisha News

BREAKING NEWS

ବାଂଲାଦେଶ ପରେ ଶ୍ରୀଲଙ୍କାକୁ ଝଟକା ଦେଇପାରେ ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆସନ୍ତା ମାସରେ ହେବାକୁ ଥିବା ବାଂଲାଦେଶ ଗସ୍ତକୁ ରାଜନୈତିକ ଅସ୍ଥିରତା କାରଣରୁ ଆଗରୁ ରଦ୍ଦ କରି ଦେଇଛି । ଏହି ଗସ୍ତରେ ଭାରତ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିଥାନ୍ତା । ଗସ୍ତ ବାତିଲ ହେବା ପରେ ଶ୍ରୀଲଙ୍କା ବୋର୍ଡ ଏ ଭଳି ଏକ ସିରିଜ ଆୟୋଜନ କରିବା ପାଇଁ ପ୍ରସ୍ତାବ ଦେଇଥିଲା । କେତେକ ମିଡିଆ ରିପୋର୍ଟ ଅନୁସାରେ ବିସିସିଆଇ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି । ଏଥିଯୋଗୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଶଂସକମାନେ ନିରାଶ ହୋଇ ପଡିଛନ୍ତି । ଯଦି ଏହି ସିରିଜ ନ ହେବ ତେବେ ପ୍ରଶଂସକମାନଙ୍କୁ ସେମାନଙ୍କ ଖେଳ ଦେଖିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

ଉଭୟ ଟେଷ୍ଟ ଏବଂ ଟି୨୦ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଶ୍ରୀଲଙ୍କା ବୋର୍ଡ କହିଛି, ବିସିସିଆଇ ଏ ପ୍ରସ୍ତାବ ନେଇ ଆଗ୍ରହ ପ୍ରକାଶ କରିଛି । ତେବେ ଏ ନେଇ କୌଣସି ନିଷ୍ପତି ନିଆଯାଇ ନାହିଁ । ଉପରୋକ୍ତ ସିରିଜ ବାତିଲ ହେବା ପରେ ରୋହିତ ଏବଂ କୋହଲିଙ୍କୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ୯ ମାର୍ଚ୍ଚ ୨୦୨୫ରେ ଉଭୟ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଖେଳିଥିଲେ ।

Comments are closed.