ଭୁବନେଶ୍ୱର: ରାଜଧାନୀରୁ ପୁଣି ମିଳିଲା ବିପୁଳ ପରିମାଣର ଧଳାଜହର । ବକାରୀ ବିଭାଗର ଟିମ୍ ଆଜି (ଗୁରୁବାର) ୭୫ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ବ୍ରାଉନସୁଗର ଜବତ କରିବା ସହ ୩ ଜଣ ଯୁବକଙ୍କୁ ଗିରଫ କରିଛି । ଏନେଇ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଥାଉକି, ଶିଖରଚଣ୍ଡୀ ଜରିମୁଣ୍ଡ ବସ୍ତିରୁ ୨୮୩ ଗ୍ରାମ ବ୍ରାଉନସୁଗର ଜବତ ହେବା ସହ ବେପାରୀ ବଳରାମ ରାଉଳ (୨୦)କୁ ଗିରଫ କରାଯାଇଛି । ସେହିପରି ସେହି ଜରିମୁଣ୍ଡ ବସ୍ତିରୁ ଦିପୁନ ଦାସ (୩୦) ପାଖରୁ ୨୭୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି ଓ ବନଫୁଲ ବସ୍ତିରୁ ବବୁଲୁ ବାରିକ (୨୦)କୁ ଗିରଫ କରାଯାଇଥିବା ବେଳେ ତା ଠାରୁ ୨୦୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଏନେଇ ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଛି ।
ଅଭିଯୁକ୍ତମାନେ ନିଜ ନିଜ ଅଞ୍ଚଳରେ ବ୍ରାଉନସୁଗର ବିକ୍ରି କରୁଥିଲେ । ଖବର ପାଇ ଅବକାରୀ ବିଭାଗର ଟିମ୍ ଚଢ଼ାଉ କରି ସମସ୍ତଙ୍କୁ କାବୁ କରିଥିଲା । ଏହି ଲିଙ୍କରେ ଅଧିକ ଖୋଳତାଡ଼ କରାଯାଉଛି ବୋଲି ଜିଲ୍ଲା ଅଭିକାରୀ ଏସପି ଦେବାଶିଷ ପଟେଲ ସୂଚନା ଦେଇଛନ୍ତି ।

