ନୂଆଦିଲ୍ଲୀ:ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ବଡ଼ ବୈଠକ। ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର । କାଲିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏଥକ ଅଧିବେଶନରେ ୮ଟି ବିଲ୍ ପାସ୍ କରାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ପହଲଗାମ ଆତଙ୍କବାଦୀ ଆକ୍ରମଣ, ଅସ୍ତ୍ରବିରତି ଉଲ୍ଲଂଘନ ନେଇ ଟ୍ରମ୍ପଙ୍କ ବୟାନ ଓ ବିହାରରେ ଭୋଟର ତାଲିକା ସଂଶୋଧନ ଭଳି ପ୍ରସଙ୍ଗ ଉଠାଇବେ ବିରୋଧୀ । ଯାହାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର । ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ୮ଟି ବିଲ୍ ପାସ୍ କରାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।
ଗୃହରେ ଉଠିବ ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗ । କିଭଳି କେଉଁ ପରିସ୍ଥିତିରେ ଆତଙ୍କବାଦୀମାନେ ନିରୀହ ପର୍ଯ୍ୟଟକଙ୍କ ଜୀବନ ନେଲେ ତାହା ଉପରେ ହୋଇପାରେ ଆଲୋଚନା । ଅପରେସନ୍ ସିନ୍ଦୂର ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରଖୁଥିବା ବୟାନ ପ୍ରସଙ୍ଗ ଉଠିବ । ଅସ୍ତ୍ରବିରତି ଉଲ୍ଲଂଘନ ନେଇ ଟ୍ରମ୍ପ ଯେଉଁଭଳି ଭାବେ ବାରମ୍ବାର ବୟାନ ଦେଉଛନ୍ତି, ସରକାର ତାହାର ସ୍ପଷ୍ଟୀକରଣ ରଖିବା ପାଇଁ ବିରୋଧୀ ଦାବି ଉଠାଇବେ । ସେହିଭଳି ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ ଉଠାଇବେ ବିରୋଧୀ । ଏଥି ସହ ମହାରାଷ୍ଟ୍ର ନିର୍ବାଚନ ପ୍ରସଙ୍ଗ ମଧ୍ଯ ଉଠିପାରେ ।
ମୌସୁମୀ ଅଧିବେଶନ ପୂର୍ବରୁ ଶେଷ ହୋଇଛି ସର୍ବଦଳୀୟ ବୈଠକ । ଗୃହ ସୁରୁଖୁରୁରେ ଚଳାଇବା ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜୁଜୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସାମିଲ ହୋଇଥିଲେ ବିଜେପି ରାଷ୍ଚ୍ରୀୟ ସଭାପତି ଜେ.ପି ନଡ୍ଡା, କଂଗ୍ରେସ ସାଂସଦ ଜୟରାମ ରମେଶ, ପ୍ରମୋଦ ତିଓ୍ବାରୀ, ଗୌରବ ଗୋଗଇ, ସେହିଭଳି AIADMKର ଥମ୍ବୁଦୁରାଇ, LJPର ଅରୁଣ ଭାରତୀ, ଏନସିପିର ସୁପ୍ରିୟା ସୁଲେ, ବିଜେଡିର ସସ୍ମିତ ପାତ୍ର, ଜେଡୟୁର ସଞ୍ଜୟ ଝା, ଶିବସେନାର ଶ୍ରୀକାନ୍ତ ସିନ୍ଦେ ପ୍ରମୁଖ । ବିରୋଧୀଙ୍କ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ।
Comments are closed.