Latest Odisha News

BREAKING NEWS

ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ

ଭୁବନେଶ୍ଵର: ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଉଦିତ ପ୍ରଧାନ ନିଲମ୍ବିତ। ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ। ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି। ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଦଳରୁ ନିଲମ୍ବିତ ହୋଇଛନ୍ତି ଉଦିତ ପ୍ରଧାନ।

ଜଣେ ଯୁବତୀଙ୍କୁ ନିଶା ଦେଇ ଏକ ହୋଟେଲରେ ଦୁଷ୍କର୍ମ କରିଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଥିଲା। ତାଙ୍କୁ ମଞ୍ଚେଶ୍ୱର ପୋଲିସ ଗତକାଲି ରାତିରେ ଗିରଫ କରିଛି । ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଉଦିତଙ୍କ ବିରୋଧରେ ବିଏନଏସ ଧାରା ୬୪(୧), ୧୨୩, ୨୯୬, ୭୪,୩୫୧(୨) ଅଧିନରେ ମାମଲା ରୁଜୁ ହୋଇଛି। ଉଦିତଙ୍କ ବିରୋଧରେ ୫ଟି ସଙ୍ଗୀନ ଦଫା ଲାଗିଛି। ଆଜି ଉଦିତଙ୍କୁ କୋର୍ଟ ଚାଲାଣ କରିପାରେ ପୋଲିସ।

ମାର୍ଚ୍ଚ ୧୮ ତାରିଖରେ ପୀଡ଼ିତା ଜଣଙ୍କ ତାଙ୍କ ବାନ୍ଧବୀ ଓ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ ଛକକୁ ବୁଲିବାକୁ ଯାଇଥିଲେ। ସେଠାରେ ସହପାଠୀ ଜଣଙ୍କ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ । ଏହାପରେ ଉଦିତଙ୍କ ଗାଡ଼ିରେ ନୂଆପଲ୍ଲୀ ସ୍ଥିତ ଏକ ହୋଟେଲକୁ ଯାଇଥିଲେ ।

ସେଠାରେ ଉଦିତ୍ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଅଚେତ କରିବା ପରେ ହୋଟେଲର ଏକ ରୁମରେ ଦୁଷ୍କର୍ମ କରିଥିଲେ। ଏପରିକି, ଏ ସମ୍ପର୍କରେ କାହାରିକୁ କିଛି ନକହିବା ପାଇଁ ଉଦିତ ଧମକ ଦେଇଥିବା ଅଭିଯୋଗ ହୋଇଛି । ପୀଡିତା ଜଣକ ଜୁଲାଇ ୨୦ ତାରିଖ ରାତି ୮.୩୦ ରେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ଦୁଷ୍କର୍ମ ଅଭିଯୋଗ କରିବାର ତୁରନ୍ତ କିଛି ସମୟ ପରେ ଅର୍ଥାତ୍ ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନା ପୋଲିସ ଉଦିତଙ୍କୁ ଉଠାଇ ନେଇଥିଲା ।

Comments are closed.