ଉତ୍ତରପ୍ରଦେଶ: ୟୁପି ପୋଲିସ ଏକ ବଡ ଧର୍ମାନ୍ତରୀକରଣ ସିଣ୍ଡିକେଟ୍ ର ପର୍ଦ୍ଦାଫାସ୍ କରିଛି। ଏହି ଗ୍ୟାଙ୍ଗରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା ସମୟରେ ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଆଗ୍ରାରେ ପୋଲିସ ଏକ ବଡ଼ ଅବୈଧ ଧର୍ମାନ୍ତରୀକରଣ ସିଣ୍ଡିକେଟ୍ର ପର୍ଦ୍ଦାଫାସ୍ କରିଛି। ପୋଲିସ ଅବଦୁଲ ସମେତ ୬ଟି ରାଜ୍ୟରୁ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ଦେଶର ବିଭିନ୍ନ ରାଜ୍ୟରେ ଧର୍ମାନ୍ତରୀକରଣ କାର୍ଯ୍ୟରେ ସାମିଲ ଅଛନ୍ତି, ବିଶେଷକରି ପ୍ରଲୋଭନ, ଲଭ୍ ଜିହାଦ ଏବଂ ଅନ୍ୟାନ୍ୟ ଉପାୟରେ ଯୁବତୀମାନଙ୍କୁ ପ୍ରଭାବିତ କରି ଧର୍ମାନ୍ତରୀକରଣ କରୁଥିଲେ ।
ସୂଚନାମୁତାବକ, ଏହି ଗ୍ୟାଙ୍ଗ ଶହ ଶହ ଲୋକଙ୍କୁ ଧର୍ମାନ୍ତରିତ କରିଛନ୍ତି ଏବଂ ଏହାର ନେଟୱାର୍କକୁ ମଜବୁତ କରିବାରେ ଲିପ୍ତ ଥିଲେ । ଆଗ୍ରା ପୋଲିସ ମୁସ୍ତାଫାବାଦରେ ଥିବା ଅବଦୁଲ ରେହମାନଙ୍କ ଘରୁ ବହୁ ସଂଖ୍ୟକ ଧର୍ମାନ୍ତରୀକରଣ ସମ୍ବନ୍ଧୀୟ ପୁସ୍ତକ ପାଇଛି, ଯାହା ମୌଲାନା କଲିମ ସିଦ୍ଦିକି ଲେଖିଥିଲେ , ରେହମାନ ସେହି ବହି ବଣ୍ଟନ କରୁଥିଲା ।
ଗିରଫ ଅବଦୁଲ ରେହମାନ ନିଜେ ଜଣେ ଧର୍ମାନ୍ତରିତ ମୁସଲମାନ। ୧୯୯୦ ମସିହାରେ ମହେନ୍ଦ୍ର ପାଲ ଜାଦୋନ ପ୍ରଥମେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ଏବଂ କିଛି ବର୍ଷ ପରେ ସେ ଇସଲାମ ଧର୍ମ ଗ୍ରହଣ କରି ‘ଅବଦୁଲ ରେହମାନ’ ହୋଇଗଲେ। କେବଳ ଏତିକି ନୁହେଁ, ତାଙ୍କ ସ୍ତ୍ରୀ ଏବଂ ତାଙ୍କ ଦୁଇ ପୁଅଙ୍କ ସ୍ତ୍ରୀମାନେ ମଧ୍ୟ ଧର୍ମାନ୍ତରିତ ମୁସଲମାନ, ଯେଉଁମାନେ ପୂର୍ବରୁ ହିନ୍ଦୁ ଥିଲେ। ରେହମାନଙ୍କ ପୁତୁରା ଲଣ୍ଡନରୁ ପାଣ୍ଠିକୁ ରି-ରୁଟ୍ କରୁଥିଲା ।
ପୋଲିସ ଗୋଆରୁ ଆୟେଶା, ଜୟପୁରରୁ ମହମ୍ମଦ ଅଲ୍ଲି, କୋଲକାତାରୁ ଓସାମା, ପଶ୍ଚିମବଙ୍ଗରୁ ଦୁଇଜଣ, ଉତ୍ତରାଖଣ୍ଡରୁ ଜଣେ, ଦିଲ୍ଲୀରୁ ଜଣେ, ରାଜସ୍ଥାନରୁ ତିନି ଜଣ ଏବଂ ଉତ୍ତର ପ୍ରଦେଶରୁ ଜଣଙ୍କୁ ଗିରଫ କରିଛି। ଆୟେଶା ଏବଂ ମହମ୍ମଦ ଅଲ୍ଲିଙ୍କୁ ପଚରାଉଚରା ସମୟରେ ରେହମାନର ନାମ ପ୍ରକାଶ ପାଇଥିଲା। ରେହମାନ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ପଡକାଷ୍ଟ ମାଧ୍ୟମରେ ଇସଲାମିକ୍ କଟ୍ଟରପନ୍ଥ ବିଷୟରେ ପ୍ରଚାର କରୁଥିଲା।
ଆଗ୍ରା ପୋଲିସ କମିଶନର ଦୀପକ କୁମାର କହିଛନ୍ତି ଯେ, ଏହି ଗ୍ୟାଙ୍ଗ ‘ଲଭ୍ ଜିହାଦ’ରେ ଜଡିତ ଥିଲା, ଯାହାକୁ ଆମେରିକା ଏବଂ କାନାଡାରୁ ପାଣ୍ଠି ଯୋଗାଇ ଦିଆଯାଉଥିଲା। ଏହି ଗ୍ୟାଙ୍ଗର ଲକ୍ଷ୍ୟ ଥିଲା ଧର୍ମାନ୍ତରୀକରଣ କରିବା ସହିତ ଭାରତକୁ ଏକ ଇସଲାମିକ ରାଷ୍ଟ୍ର କରିବା। ଯୁବକମାନଙ୍କୁ ଚାକିରି ଏବଂ ଟଙ୍କା ପ୍ରଲୋଭନ ଦେଖାଇ, ବିଶେଷକରି ଯୁବତୀମାନଙ୍କୁ ‘ଲଭ୍ ଜିହାଦ’ ପାଇଁ ପ୍ରଲୋଭିତ କରାଯାଉଥିଲା । ଧର୍ମାନ୍ତରିତମାନଙ୍କୁ ଆର୍ଥିକ ସହାୟତା, ଗୃହ ଏବଂ ସାମାଜିକ ସୁରକ୍ଷା ଦିଆଯାଇଥିଲା।
ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ରାଜୀବ କୃଷ୍ଣ କହିଛନ୍ତି ଯେ ‘ମିଶନ ଅସ୍ମିତା’ ଅଧୀନରେ, ଲଭ ଜିହାଦ, ଅବୈଧ ଧର୍ମାନ୍ତରୀକରଣ ଏବଂ ଆନ୍ତର୍ଜାତୀୟ ଜିହାଦୀ ପାଣ୍ଠି ଭଳି ଅପରାଧକୁ ଟାର୍ଗେଟ କରାଯାଇଛି। ଏହି ଗ୍ୟାଙ୍ଗର କାର୍ଯ୍ୟପନ୍ଥା ISIS ପରି ଥିଲା।
ଖବରମୁତାବକ, ଏହି ଧର୍ମାନ୍ତରୀକରଣ ଗ୍ୟାଙ୍ଗ୍ ପୋଲିସର ନଜରକୁ ଆସିଥିଲା ଯେତେବେଳେ ଏହି ବର୍ଷ ମାର୍ଚ୍ଚ ମାସରେ ଆଗ୍ରାରୁ ଦୁଇ ଭଉଣୀ (୩୩ ଏବଂ ୧୮ ବର୍ଷ) ନିଖୋଜ ହୋଇଗଲେ। ସେମାନଙ୍କ ମଧ୍ୟରୁ ଜଣେ ଭଉଣୀ ସୋସିଆଲ ମିଡିଆରେ ଅସ୍ତ୍ର ସହିତ ଏକ ଫଟୋ ପୋଷ୍ଟ କରିଥିଲେ। ଜଣାପଡିଥିଲା ଯେ, ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି ।
Comments are closed.