ଝାରସୁଗୁଡ଼ା:ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ NH ୪୯ ନିକଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି ହୋଇଛି ।
ଖବରମୁତାବକ, ଦିନ ପ୍ରାୟ ୨ଟାବେଳେ ୩ ଜଣ ଦୁର୍ବୃତ୍ତ ହେଲମେଟ ପିନ୍ଧି ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଭିକମପାଲି ଶାଖା ଭିତରକୁ ବନ୍ଧୁକ ଧରି ପ୍ରବେଶ କରିଥିଲେ। ଏହାପରେ ବନ୍ଧୁକ ଦେଖାଇ ଟଙ୍କା ଲୁଟିନେଲେ ୩ ଦୁର୍ବୃତ୍ତ । ଡକାୟତମାନେ କେତେ ଟଙ୍କା ଲୁଟ୍ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଲୋକେ ଆସିଯିବା ଆଶଙ୍କାରେ କେବଳ କ୍ୟାସ୍ କାଉଣ୍ଟରରୁ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଛନ୍ତି ।
ଏପଟେ ର୍ବୃତ୍ତମାନେ ଛତିଶଗଡ଼ ସୀମାନ୍ତ ଦେଇ ଫେରାର ହୋଇଥିବା ଅନୁମାନ କରିଛି ପୋଲିସ । ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତା ସିଲ୍ କରି ପୋଲିସ ଛାନଭିନ୍ କରୁଛି ।
Comments are closed.