Latest Odisha News

BREAKING NEWS

ସାର୍ବଜନୀନ ଗୁଣାତ୍ମକ ସ୍ଵାସ୍ଥ୍ୟସେବା ନିମନ୍ତେ ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା ବିଶେଷଜ୍ଞ ଟିମ୍

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଦୂରଦୂରାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସାର୍ବଜନୀନ ଗୁଣାତ୍ମକ ସ୍ଵାସ୍ଥ୍ୟସେବା ଯୋଗାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧିନରେ ଆଜି ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ବିଶେଷଜ୍ଞ ଟିମ୍ ନୂଆପଡ଼ା ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ପହଞ୍ଚିଛନ୍ତି । ଏହି ଟିମ୍ ନୂଆପଡ଼ାରେ ୨୪ ତାରିଖ ପର୍ଯ୍ୟନ୍ତ ରହି ବିଶେଷଜ୍ଞ ସେବା ଦରକାର କରୁଥିବା ତାଲିକାଭୁକ୍ତ ରୋଗୀମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇବେ ।

ଏଣ୍ଡ୍ରୋକ୍ରାଇନୋଲୋଜି ବିଭାଗର ଡାକ୍ତର ଭବାନୀ ଶଙ୍କର ଧଳ, ନେଫ୍ରୋଲୋଜି ବିଭାଗର ଡାକ୍ତର ବିଶ୍ୱଜିତ୍ ମହାନ୍ତି, ୟୁରୋଲୋଜି ବିଭାଗ ଡାକ୍ତର ଲିଙ୍କନ ମହାନ୍ତି, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଡାକ୍ତର ସନନ୍ଦ କୁମାର ସେଠୀ, ନ୍ୟୁରୋଲୋଜି ଡାକ୍ତର ସୋନାଲିକା ବେହେରା, ଏବଂ ହୃଦରୋଗ ଡାକ୍ତର ପଙ୍କଜ କୁମାର ମାରଭୀ ପ୍ରମୁଖ ଏହି ଟିମ୍ ରେ ସଦସ୍ୟ ଅଛନ୍ତି ।

ମିଳିଥିବା ସୂଚନାରୁ ଜଣାପଡିଛି ଯେ, ବର୍ତ୍ତମାନ ସୁଦ୍ଧା ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୬୩୨ ଜଣ ରୋଗୀଙ୍କୁ ବିଶେଷଜ୍ଞ ସେବା ନିମନ୍ତେ ତାଲିକାଭୁକ୍ତ କରାଯାଇଛି । ଏହି ଟିମ୍ ପ୍ରତି ରୋଗୀଙ୍କର ପ୍ରାଥମିକ ପରୀକ୍ଷା ନିରୀକ୍ଷା କରି ଚିକିତ୍ସା ନିମନ୍ତେ ସେମାନଙ୍କର ସବିଶେଷ ତଥ୍ୟ ପ୍ରସ୍ତୁତ କରିବେ । ଆସନ୍ତା କାଲି ସିନିୟର୍ ବିଶେଷଜ୍ଞ ଟିମ୍ ସେମାନଙ୍କର ଆବଶ୍ୟକୀୟ ଚିକିତ୍ସା ଓ ଅପରେସନ ଆଦି କରିବେ ।

Comments are closed.