ନୂଆଦିଲ୍ଲୀ:୨୩ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ, ଦେଶକୁ ପୁଣି ଥରେ ୨୦୨୫ ଚେସ୍ ବିଶ୍ୱକପ୍ ଆୟୋଜନ ମିଳିଛି। ଭାରତ ୨୦୨୫ ଚେସ୍ ବିଶ୍ୱକପ୍ ଆୟୋଜନ କରିବ । ଅକ୍ଟୋବର ୩୦ରୁ ନଭେମ୍ବର ୨୭, ୨୦୨୫ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ୨୦୨୫ ଚେସ୍ ବିଶ୍ୱକପ୍ରେ ୨୦୬ ଜଣ ଖେଳାଳି ନକଆଉଟ୍ ଫର୍ମାଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଅନ୍ତର୍ଜାତୀୟ ଚେସ୍ ଫେଡେରେସନ (FIDE) ସୋମବାର ଘୋଷଣା କରିଛି ଯେ ଭାରତ ଅକ୍ଟୋବର ୩୦ରୁ ନଭେମ୍ବର ୨୭ ପର୍ଯ୍ୟନ୍ତ ବିଶ୍ୱକପ୍ ଆୟୋଜନ କରିବ। ଆୟୋଜକ ସହରର ନଁ ଘୋଷଣା ସମେତ ଅଧିକ ବିବରଣୀ ଯଥା ସମୟରେ ପ୍ରକାଶିତ ହେବ।
୨୦୦୨ ମସିହା ପରେ ଭାରତ ପ୍ରଥମ ଥର ପାଇଁ ଚେସ୍ ବିଶ୍ୱକପ୍ ଆୟୋଜନ କରିବ, ସେହି ବିଶ୍ୱକପ୍ ରେ ବିଶ୍ୱନାଥନ ଆନନ୍ଦ ହାଇଦ୍ରାବାଦରେ ଟାଇଟଲ ଜିତିଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଭାରତର ବିଶ୍ୱ ଚାମ୍ପିଅନ ଡି ଗୁକେଶ, ୨୦୨୩ ବିଶ୍ୱକପ୍ ରନର୍ସଅପ୍ ଆର ପ୍ରଜ୍ଞାନାନନ୍ଦ ଏବଂ ବିଶ୍ୱର ପଞ୍ଚମ ନମ୍ବର ଅର୍ଜୁନ ଏରିଗାଇସି ଅନ୍ତର୍ଭୁକ୍ତ। ୨୦୨୩ ମସିହାରେ ଗତ ସଂସ୍କରଣ ଜିତିଥିବା ମ୍ୟାଗନସ୍ କାର୍ଲସେନ୍ ମଧ୍ୟ ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
♟ FIDE World Cup 2025 to be hosted in 🇮🇳 India!
The prestigious FIDE World Cup is coming to India this year! Scheduled for October 30 to November 27, 2025, the tournament will feature the world’s best players battling for the coveted title and qualification spots in the 2026… pic.twitter.com/BWnpPGdfZX
— International Chess Federation (@FIDE_chess) July 21, 2025
FIDE ସିଇଓ ଏମିଲ୍ ସୁତୋଭସ୍କି କହିଛନ୍ତି,’ଆମେ ଚେସ୍ ବିଶ୍ୱକପ୍ ୨୦୨୫ ଭାରତରେ ଆୟୋଜନ କରି ବହୁତ ଉତ୍ସାହିତ । ଭାରତ ଏପରି ଏକ ଦେଶ ଯିଏ ଚେସ୍ ପ୍ରତି ଗଭୀର ଆଗ୍ରହ ଏବଂ ସମର୍ଥନ ରଖେ। ଭାରତୀୟ ଚେସ୍ ପ୍ରେମୀଙ୍କ ଉତ୍ସାହ ସର୍ବଦା ଉଲ୍ଲେଖନୀୟ ରହିଛି ଏବଂ ଆମେ ଆଶା କରୁଛୁ ଯେ, ସ୍ଥାନୀୟ ଚେସ୍ ପ୍ରେମୀମାନଙ୍କ ମଧ୍ୟରେ ଅନ୍ -ସାଇଟ ଏବଂ ଅନଲାଇନ୍ ଉଭୟରେ ଏହି ଇଭେଣ୍ଟ ପ୍ରତି ପ୍ରବଳ ଆଗ୍ରହ ରହିବ। ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ, FIDE ଟୁର୍ଣ୍ଣାମେଣ୍ଟ ଅଂଶଗ୍ରହଣକାରୀ ଏବଂ ଚେସ୍ କିମ୍ବଦନ୍ତୀମାନଙ୍କୁ ନେଇ ଅନେକ ଅତିରିକ୍ତ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରତିବଦ୍ଧ।
Comments are closed.