କେନ୍ଦୁଝର: ଗିରଫ ହେଲେ କୋଟିପତି ଡିଏଫଓ । ନିତ୍ୟାନନ୍ଦଙ୍କୁ ନିଆଗଲା କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଓଡିଶା ଭିଜିଲାନ୍ସ ଅଧିକାରୀମାନେ ରବିବାର ଦିନ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢାଉ କରି ତାଙ୍କର ଆୟବର୍ହିଭୂତ ସମ୍ପତ୍ତିକୁ ଜବତ କରିଛନ୍ତି । ୩ ଦିନ ହେବ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ୍ ।
ବହୁମହଲା କୋଠା ସହ ତାଙ୍କ ପାଖରେ ୧୧୫ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ଠାବ କରାଯାଇଛି । ୨ଟି ଚାରିଚକିଆ ଯାନ ଯଥା, ମାରୁତି ସୁଜୁକି ଡିଜାୟାର ଏବଂ ସ୍କୋଡା ଭୋକ୍ସୱାଗନ୍ ଭର୍ଟସ୍ ଏବଂ ୪ଟି ଦୁଇ ଚକିଆ ଯାନ ମଧ୍ୟ ଜବତ କରାଯାଇଛି । ୮ ଲକ୍ଷ ୫୦ ହଜାର ଟଙ୍କା ସହ ସରକାରୀ କ୍ବାର୍ଟର୍ସରୁ ମିଳିଛି ଗୋଟିଏ ବନ୍ଧୁକ । ଡିଏଫଓଙ୍କ କ୍ବାର୍ଟର୍ସରୁ ଜବତ ହୋଇଛି ୧୦ ଲକ୍ଷରୁ ଅଧିକ ଟଙ୍କା ।
ବହୁ ବ୍ୟାଙ୍କ ଖାତା ଓ ଜମିଜମା କାଗଜପତ୍ର ଜବତ କରିଛି । କାଗଜ ଯାଞ୍ଚରେ ତାଙ୍କ ୯ଟି ବ୍ୟାଙ୍କ ଖାତାରେ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜମା ଥିବା ଜଣାପଡିଛି । ଛେଣ୍ଡିପଦାରେ ଏକ ଫାର୍ମ ହାଉସ ମିଳିଥିବା ସୁଚନା ମିଳିଛି ।
ଭିଜିଲାନ୍ସର ବିଜ୍ଞପ୍ତି ଅନୁଯାୟୀ, ସେ ତାଙ୍କ ବେଆଇନ ଅର୍ଥରେ ବହୁ ସଂଖ୍ୟକ ପ୍ଲଟ୍ କିଣିଥିବା ସନ୍ଦେହ କରାଯାଉଛି । ଶ୍ରୀ ନାୟକଙ୍କର ଅନୁଗୁଳରେ ଏକ ବହୁତଳ କୋଠା, ଅନୁଗୁଳଜିଲ୍ଲାବନ୍ତଳା ଥାନା ଅନ୍ତର୍ଗତ ମଦନମୋହନ ପାଟଣାର ପୈତୃକ ଘର, ଅନୁଗୁଳ ଜଗନ୍ନାଥପୁରରେ ଥିବା ଶ୍ବଶୁର ଘର, କେନ୍ଦୁଝରରେ ଥିବା ସରକାରୀ ବାସଭବନ, ନୟାଗଡ଼ ଜିଲ୍ଲା କୋମଣ୍ଡରେ ପୁଅ ରହୁଥିବା ଘର, ନୟାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶ୍ରୀ ନାୟକଙ୍କ ପୁଅର ଅଫିସରେ ଭିଜିଲାନ୍ସ ଖୋଳାତାଡ଼ ଜାରି ରଖିଛି ।
ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଡିଏଫ୍ଓ ଶ୍ରୀ ନାୟକଙ୍କ ନାମରେ ୫୩ଟି ପ୍ଲଟ୍, ତାଙ୍କ ପତ୍ନୀଙ୍କ ନାମରେ ୪୨ଟି ପ୍ଲଟ୍, ଦୁଇପୁଅଙ୍କ ନାମରେ ୧୬ଟି ପ୍ଲଟ୍, ଝିଅଙ୍କ ନାମରେ ୪ଟି ପ୍ଲଟ୍ ରହିଛି । ସୁନା ଗହଣା ଓ ୧.୧୯ଲକ୍ଷ ଟଙ୍କା ଜବତ ହୋଇଛି ।
ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫ୍ଓ ଶ୍ରୀ ନାୟକଙ୍କ ବିରୋଧରେ ଅଭିଯୋଗ ଥିଲା। କେନ୍ଦୁଝରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଟିମ୍ ଅନୁଗୁଳ, କେନ୍ଦୁଝର ଏବଂ ନୟାଗଡ଼ ଜିଲ୍ଲାରେ ଏକକାଳୀନ ତଲାସି କରି ୭ଟି ସ୍ଥାନରେ ଚଢ଼ଉ କରିଥିଲେ ।
Comments are closed.