ଭୁବନେଶ୍ୱର: ୨୩ ବର୍ଷୀୟ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଡ୍ରଗ୍ସ କାରବାର ଅଭିଯୋଗରେ ବୁଧବାର ଦିନ ଗିରଫ କରାଯାଇଛି।ତେବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଭୁବନେଶ୍ୱରରେ ସିନ୍ଥେଟିକ୍ ଡ୍ରଗ୍ସର ଏକ ପ୍ୟାକେଟ ଜବତ କରିଥିବା ଜଣାପଡ଼ିଛି।
ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଆର୍ଯ୍ୟମାନ ପଟ୍ଟନାୟକ ବୋଲି ଜଣାପଡ଼ିଛି ଯିଏକି ନୋଏଡାରୁ ନିଜର ଇଞ୍ଜିନିୟରିଂ ପଢା ସମାପ୍ତ କରିଛନ୍ତି। ଆଗରୁ ଆର୍ଯ୍ୟମାନଙ୍କ ଉପରେ ଏନସିବି ନଜର ରଖିଥିଲା। ପୋଷ୍ଟ ଦ୍ଵାରା ଡାର୍କ ୱେବ୍ ମାଧ୍ୟମରେ ଅନଲାଇନରେ ଅର୍ଡର କରାଯାଇଥିବା ସିନ୍ଥେଟିକ୍ ଡ୍ରଗ୍ସର ଏକ ପାର୍ସଲକୁ ଗ୍ରହଣ କରୁଥିବା ସମୟରେ ତାଙ୍କୁ ପୋଲିସ ଗିରଫ କରିଥିଲା।
ବର୍ତ୍ତମାନ୍ ଭାରତରେ ସିନ୍ଥେଟିକ୍ ଡ୍ରଗ୍ସ ପାଇଁ ଯୁବକଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି। ଯାହାଫଳରେ ଅପରାଧ ମଧ୍ୟ ବଢୁଥିବା କୁହାଯାଉଛି।
Comments are closed.