Latest Odisha News

ସିନଖମନ ମଦଭାଟି କର୍ମଚାରୀଙ୍କୁ ହତ୍ୟା ଘଟଣା: ୩ ଗିରଫ

ବଲାଙ୍ଗିର: ସିନଖମନ ମଦଭାଟି କର୍ମଚାରୀଙ୍କୁ ହତ୍ୟା ଘଟଣାରେ ୩ ଗିରଫ। ମୁଖ୍ୟ ଅଭିଯୁକ୍ତ ବଳରାମ ବାରିକ ସମେତ ୨ ସହଯୋଗୀ ଗିରଫ। ସୁନିଲ୍ ବାଗ ଓ ଆର୍ତ୍ତତ୍ରାଣ ଚିନ୍ଦାକୁ ଗିରଫ କଲା ସଦର ପୋଲିସ୍। ବିହାରର ସାରଦା ଯାଦବଙ୍କୁ ହତ୍ୟା କରି ଅଭିଯୁକ୍ତମାନେ ଫେରାର୍ ଥିଲେ।

ସୂଚନା ଅନୁସାରେ ୨୨ ତାରିଖ ସଂଧ୍ୟା ସମୟରେ ମଦଭାଟି କର୍ମଚାରୀ ସାରଦା ୟାଦବଙ୍କୁ ଚାରି ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ଗୁରୁତର ଅବସ୍ଥାରେ ସାରଦାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ବିଳମ୍ବିତ ରାତିରେ ସାରଦାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ବଲାଙ୍ଗିର ସଦର ପୋଲିସ ଶବକୁ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଥିଲା।

ତେବେ ମୃତକଙ୍କ ଘର ବିହାର ରାଜ୍ୟରେ ହୋଇଥିବା ବେଳେ ହତ୍ୟାକାରୀ ମାନେ ସିନ୍ ଖମନ ଗାଁର ହୋଇଥିବା ଜଣାପଡିଥିଲା। ହତ୍ୟାକାରୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପୂର୍ବ ଶତ୍ରୁତା ଓ ଅନୈତିକ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି ।

 

Comments are closed.