Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କୁ ନେଇ କିଛି ଏମିତି କହିଲେ ସ୍ମୃତି ଇରାନୀ….ଅବସର ନେଇ ଦେଲେ ବଡ ବୟାନ….

ନୂଆଦିଲ୍ଲୀ: ପୁଣି ଛୋଟ ପରଦାକୁ ଫେରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବେ ଖବରର ଶିରୋନାମାରେ ରହିଛନ୍ତି । ଟିଭି ଧାରାବାହିକ ‘କ୍ୟୁଙ୍କି ଶାଶ୍ ଭି କଭି ବହୁ ଥି’ରେ ଫେରିବା ସହିତ, ଏପରି ଅନୁମାନ କରାଯାଉଥିଲା ଯେ ସ୍ମୃତି ଇରାନୀ ଏବେ ରାଜନୀତି ଛାଡିପାରନ୍ତି, କିନ୍ତୁ ଏବେ ସେ ନିଜେ ଖୋଲାଖୋଲି ଭାବରେ ଏହାର ଉତ୍ତର ଦେଇଛନ୍ତି ।

ସ୍ମୃତି ଇରାନୀ ରାଜନୀତି ଛାଡିବା ନେଇ ସମସ୍ତ କଳ୍ପନାଜଳ୍ପନାକୁ ଖାରଜ କରିଥିବା ବେଳେ ରାହୁଲଙ୍କୁ ନେଇ ବଡ ବୟାନ ଦେଇଛନ୍ତି ସ୍ମୃତି । ସେ ରାଜନୀତି ଛାଡି ନାହାଁନ୍ତି ଏବଂ ଟିଭି ଧାରାବାହିକ ‘କ୍ୟୁଙ୍କି ସାସ ଭି କଭି ବହୁ ଥି’ରେ ତାଙ୍କ ଚରିତ୍ର ‘ତୁଳସୀ’ ଭାବରେ ଫେରିବା ପରେ ଅଭିନୟକୁ ଅଧିକ ସମୟ ଦେଉଛନ୍ତି। ସେ କହିଛନ୍ତି ଯେ ମୁଁ ରାଜନୀତି ଛାଡି ନାହିଁ, କିନ୍ତୁ ମୁଁ ବୁଝୁଛି ଯେ ମୁଁ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିଥିବାରୁ ମୋତେ ଟାର୍ଗେଟ କରାଯାଉଛି । ଏନେଇ ଅଧିକ କହିବାକୁ ଯାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଅଧିକ ସ୍ୱର ଉଠାଉ ନାହାଁନ୍ତି କାରଣ ଏହା ଆଉ ତାଙ୍କର ଦାୟିତ୍ୱ ନୁହେଁ। ରାହୁଲ ଗାନ୍ଧୀଙ୍କ ବିଷୟରେ ଅଧିକ ବୟାନ ନ ଦେବା ସମ୍ପର୍କରେ ପୂର୍ବତନ ସାଂସଦ କହିଛନ୍ତି, ପୂର୍ବରୁ ଏହା ମୋର ଦାୟିତ୍ୱ ଥିଲା। ଏବେ ନୁହେଁ। ଗାନ୍ଧୀ ପରିବାର ୨୦୨୪ରେ ମୋ ସହିତ ଲଢ଼ିବାକୁ ମନା କରିଦେଇଥିଲେ। ଯେତେବେଳେ ସେମାନେ ଯୁଦ୍ଧକ୍ଷେତ୍ରରେ ପ୍ରବେଶ କରିନାହାଁନ୍ତି ମୁଁ କ’ଣ କହିବି? ମୁଁ କେବଳ ସେମାନଙ୍କୁ ପିଛା କରିପାରିବି ନାହିଁ ।

ତେବେ କହିରଖୁଛୁ, ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ଗାନ୍ଧୀ ପରିବାରର ଗଡ଼ ଆମେଥିରୁ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିଥିଲେ ସ୍ମୃତି । ହେଲେ ୨୦୨୪ ନିର୍ବାଚନରେ ସେ ନିଜେ ପରାସ୍ତ ହୋଇଛନ୍ତି । ସେ ଦାବି କରିଥିଲେ ଯେ ଯଦିଓ ରାହୁଲ ଗାନ୍ଧୀ ୨୦୨୪ରେ ତାଙ୍କ ବିରୁଦ୍ଧରେ କଂଗ୍ରେସ ପ୍ରାର୍ଥୀ ହୋଇଥାନ୍ତେ, ସେ ନିଶ୍ଚିତ ଭାବରେ ତାଙ୍କୁ ପରାସ୍ତ କରିଥାନ୍ତେ। ସେଥିପାଇଁ ରାହୁଲ ଆମେଥିରୁ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ। ୨୦୨୪ ଲୋକସଭା ନିର୍ବାଚନରେ, କଂଗ୍ରେସ ଆମେଥିରୁ କେଏଲ ଶର୍ମାଙ୍କୁ ପ୍ରାର୍ଥୀ କରିଥିଲା, ଯିଏ ଇରାନୀଙ୍କୁ ପରାସ୍ତ କରିଥିଲେ। ଯେତେବେଳେ ରାହୁଲ ଗାନ୍ଧୀ କେରଳର ରାଏବରେଲି ଏବଂ ୱାୟାନାଡରୁ ବିଜୟୀ ହୋଇଥିଲେ ।

ଏଥିସହିତ ଅବସର ନେଇ ସ୍ମୃତି କହିଛନ୍ତି ଯେ ମୁଁ କୌଣସି ରାଜନୈତିକ ଅବସର ନେଉନାହିଁ। ୪୯ ବର୍ଷ ବୟସରେ କିଏ ଅବସର ନେଇଥାଏ? ଲୋକମାନେ ୪୯ ବର୍ଷ ବୟସରେ ସେମାନଙ୍କର (ରାଜନୈତିକ) କ୍ୟାରିଅର ଆରମ୍ଭ କରିବାକୁ ମଧ୍ୟ ସକ୍ଷମ ନୁହଁନ୍ତି। ମୁଁ ତିନିଥର ସାଂସଦ ହୋଇଛି; ମୁଁ ପାଞ୍ଚଟି ବିଭାଗର ମନ୍ତ୍ରୀ ହୋଇଛି। ଏବେ ବି ବହୁତ ଦୂର ଯିବାକୁ ଅଛି। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଆମେଥିରୁ ୨୦୨୯ ନିର୍ବାଚନରେ ଲଢ଼ିବେ କି ନାହିଁ, ସେ କହିଥିଲେ, ଦଳ କ’ଣ ନିଷ୍ପତ୍ତି ନେବ ତାହା ମୁଁ ଭବିଷ୍ୟବାଣୀ କରିପାରିବି ନାହିଁ, କିନ୍ତୁ ହୁଏତ ଦଳ ୨୦୨୬ କିମ୍ବା ୨୦୨୫ରେ କିଛି ନିଷ୍ପତ୍ତି ନେବ ।

Comments are closed.