Latest Odisha News

BREAKING NEWS

ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ

ଭୁବନେଶ୍ୱର: BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ୪ଟି ସ୍ଥାନରେ ଚଢ଼ାଉ କରି କୋଟି କୋଟି ଟଙ୍କାର ସଂପତ୍ତି ପାଇଛି ଭିଜିଲାନ୍ସ। ଭୁବନେଶ୍ବରରେ ଗୋଟିଏ, ଗୁଣପୁରରେ ୨ଟି ବହୁତଳ କୋଠା ଠାବ ହୋଇଛି।

ସେହିପରି ଭୁବନେଶ୍ବରରେ ୩ ଦାମୀ ପ୍ଲଟ୍ ସହ ଦେଢ଼ ଏକର ଜମିର ଫାର୍ମ ହାଉସ୍ ମଧ୍ୟ ଜବତ ହୋଇଛି। ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଗତକାଲି ସକାଳୁ ସକାଳୁ ଏହି ଚାଢାଉ ଚାଲିଥିଲା।

ଭୁବନେଶ୍ୱର ବଡ଼ଗଡ଼ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି କରିଥିଲା। ବିଏମସି ଅଫିସ ସମେତ ବଡ଼ଗଡ଼ ବ୍ରିଟ୍ କଲୋନୀରେ ଥିବା ତିନିମହଲା ଘର, ବାଲିଅନ୍ତା ଫାର୍ମହାଉସ, ରାୟଗଡ଼ା ଗୁଣୁପୁରରେ ଥିବା ପୈତୃକ ଘର ରେଡ୍ କରାଯାଇଥିଲା। ଭିଜିଲାନ୍ସ ବିଭାଗର ୨ ଜଣ ଏସପିଙ୍କ ସମେତ ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ପ୍ରମୂଖ ଏହି ଚଢାଉରେ ସାମିଲ ଥିଲେ।

Comments are closed.