Latest Odisha News

BREAKING NEWS

ଓଡ଼ିଶୀ ନୃତ୍ୟ ମହାକୁମ୍ଭର ଅନ୍ତିମ ସଂଧ୍ୟା; ଉପଭୋଗ କଲେ ଭରପୁର ଦର୍ଶକ

  • ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବୀନ୍ଦ୍ର ମଣ୍ଡପରେ ୫ ଦିନ ଧରି ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଅନ୍ତିମ ଦିବସ ।

ପୂର୍ବହ୍ନ ଅଧିବେଶନ ଆରମ୍ଭ ହୋଇଥିଲା ଶ୍ରୀମୟୀ ନୃତ୍ୟ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ କାର୍ଯ୍ୟକ୍ରମରୁ । ପରେ ପରେ ଏକକ ନୃତ୍ୟ ପର୍ଯ୍ୟାୟରେ ନୃତ୍ୟ ପରିବେଶଣ କରିଥିଲେ ଭୁବନେଶ୍ୱରର ପ୍ରୀୟଦର୍ଶିନୀ ରାଉତ, ପୁରୀର ଯୁଦ୍ଧିଷ୍ଟିର ପ୍ରଧାନ, ଖୋର୍ଦ୍ଧାର ଅଭିଷ୍ପା ଭଞ୍ଜ, ରଞ୍ଜନ ନାଇ ଶର୍ମା, ଭୁବନେଶ୍ୱରର ଶ୍ରୀତତ୍ତ୍ୱ ମିଶ୍ର, ଚାଇନାର ୱୋ ଫନ, ଝାଡ଼ଖଣ୍ଡର ତ୍ରିଶା ତନିୟା ସେନ, ଅଷ୍ଟ୍ରେଲିଆର ସାମ ଗୋରାୟା ଏବଂ ଭୁବନେଶ୍ୱରର ରତିରଞ୍ଜନ ଅମାନ୍ତ ।

ଦ୍ୱୈତ ନୃତ୍ୟ ପରିବେଶଣ କରିଥିଲେ ଫୁଲବାଣୀର ତେଜସ୍ମିତା ମିଶ୍ର ଓ ଆଲିଶା ଗଣ୍ଡା, କଲିକତାର କବିତା ମିଶ୍ର ଓ ରାଜୁ ମିଶ୍ର, ଭୁବନେଶ୍ୱରର ବିକ୍ରମ ଶାମଲ ଓ ଗିତାଞ୍ଜଳୀ ରାଏ ଏବଂ ଶେଷରେ ଦଳଗତ ନୃତ୍ୟ ପରିବେଶଣ କରିଥିଲେ କଲିକତାର ଶତାବ୍ଦୀ ନୃତ୍ୟାୟନ ଅନୁଷ୍ଠାନର ଶିଳ୍ପୀମାନେ ।

ଅପରାହ୍ନ ଅଧିବେଶନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପଲ୍ଲବୀ ଦାସ ଓ ସାଥୀଙ୍କ ଦ୍ୱାରା ରାଗ କଲ୍ୟାୀ ଓ ତାଳ ଝମ୍ପା ଉପରେ ଅଭିନୟ ଗୀତଗୋବିନ୍ଦ ଦଶାବତାର ପରେ ପରେ ସ୍ମୃତିପୁଷ୍ପା ପଣ୍ଡାଙ୍କ ଦ୍ୱାରା ରାଗ ଭୈରବୀ ଓ ତାଳ ରୂପକ ଉପରେ ନିବଦ୍ଧ ଅଭିନୟ ମୋହନ ମୂରଲୀ ଛଇ ଲୋ ସଜନୀ, ତାଇବାନରୁ ଆସିଥିବା ଶିଳ୍ପୀ ହେଇଦି ହସିନ ପରିବେଶଣ କରିଥିଲେ ରାଗ ମୋହନା ଓ ତାଳ ତ୍ରିପଟା ଉପରେ ପଲ୍ଲବୀ ।

ତାଙ୍କ ପରେ ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ବମ୍ବେରୁ ଆସିଥିବା ମିତାଲୀ ଭୋରଦକର ଓ ସ୍ରେୟା ଶୁଭ୍ରା ସବରୱାଲଙ୍କ ଦ୍ୱାରା ଅଭିନୟ ଅର୍ଦ୍ଧନାରୀଶ୍ୱର ପରିବେଶିତ ହୋଇଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ସାଉଥ ଆଫ୍ରୀକାରୁ ଆସିଥିବା ସୌମ୍ୟା ସେଫାଳିକା ଦାଶଙ୍କ ଦ୍ୱାରା ଅଭିନୟ ଆହାକି ସୁନ୍ଦର ସଖୀ ଯାହା ରାଗ ବୃନ୍ଦାବନ ସାରଙ୍ଗ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେସିତ ଥିଲା । ପରେ ପରେ ଚାଇନାର ୟୁଇ ଲେନଙ୍କ ଦ୍ୱାରା ରାଗ ରାଗେଶ୍ରୀ ଓ ତାଳ ଏକତାଳୀ ଉପରେ ପଲ୍ଲବୀ ପରିବେଶିତ ହୋଇଥିଲା ।

ହିମାଂସୁ କୁମାର ରାୟଙ୍କ ଦ୍ୱାରା ଅଭିନୟ ନାଚନ୍ତି ରଙ୍ଗେ ଶ୍ରୀହରୀ କୁଞ୍ଜେ ବିହରି ପରେ ପରେ ମେଘନା ମହାନ୍ତିଙ୍କ ଦ୍ୱାରା ଅଭିନୟ ଅଷ୍ଟଶମ୍ବୁ ପରିବେଶିତ ହୋଇଥିଲା । ଦ୍ୱୈତ୍ୟ ନୃତ୍ୟରେ କଲିକତାର ସଙ୍ଘମିତ୍ରା ଜେନା ଓ ସଞ୍ଜୟ ସୋଙ୍କ ଦ୍ୱାରା ଅଭିନୟ କିଶୋଭା ଗୋ କୁଞ୍ଜେ ମଦନ ମୋହନ ଯାହା ରାଗ ଆନନ୍ଦ ଭୈରବୀ ଓ ତାଳ ଏକତାଳୀ, ଝମ୍ପା ଓ ଖେମଟା ଉପରେ ନିବଦ୍ଧ ଥିଲା । ଶେଷରେ ନୂଆଦିଲ୍ଲୀର ଦେବଧର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ଗଣ ନାୟକ ଜୟ ଭବ ନନ୍ଦନ ପରିବେଶିତ ହୋଇଥିଲା ।

ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ମୀରା ଦାସଙ୍କ ଦ୍ୱାରା ଅଭିନୟ ଶ୍ରୀ ରାମ ପ୍ରେୟସୀ ଲୋକାଭୀ ରାମ ରଣ ରଙ୍ଗ ଧୀର ପରେ ପରେ ଆମେରିକାର ଧାରା ମହାପାତ୍ର ପରିବେଶଣ କରିଥିଲେ ଅଭିନୟ ବାଜୁଛି ସହୀ ବାଜାରେ । ଅରୁଣିମା ଆଚାର୍ଯ୍ୟ ପରିବେଶଣ କରିଥିଲେ ରାଗ ମେଘ ଓ ତାଳ ମାଳ ଉପରେ ଅଭିନୟ ବର୍ଷା ଅଭିସାର ପରେ ପରେ ମିନାକ୍ଷୀ ତ୍ରିପାଠୀ ଓ ସୋନାଲୀ ସାବତ ପରିବେଶଣ କରିଥିଲେ ରାଗ କିରବାଣୀ ଉପରେ ପଲ୍ଲବୀ । ପ୍ରଜ୍ଞା ପରିମିତା ଦାସଙ୍କ ଦ୍ୱାରା ଅଭିନୟ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ (ଭ) ପରିବେଶିତ ହୋଇଥିଲା ପରେ ପରେ ନୃତ୍ୟ ପରିବେଶଣ କରିଥିଲେ ବାଲେଶ୍ୱରର ତେଜସ୍ୱନୀ ପଲ୍ଲାଇ, ଭୁବନେଶ୍ୱରର ଶ୍ରେୟାସି ପତି ଓ ଆଞ୍ଚଳ ପଣ୍ଡା, ଦୁବାଇରୁ ଆସିଥିବା ମିତାଲୀ ପ୍ରିୟା ଗିରି, ଭୁବନେଶ୍ୱରର ନମିତା ରାୟ ।

ଶେଷରେ ନକ୍ଷେତ୍ର ଗୁରୁକୁଳର କଳାକାରମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଷଣ ବେଶ୍‍ ଉଚ୍ଚକୋଟୀର ଥିଲା ଯାହାକି ଦର୍ଶକମାନଙ୍କୁ ରବୀନ୍ଦ୍ର  ମଣ୍ଡପ ପ୍ରେକ୍ଷାଳୟରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ୫ ଦିନ ଧରି ଚାଲିଥିବା ଏହି ଆନ୍ତର୍ଜାତିକ ନୃତ୍ୟତ୍ସବକୁ ପ୍ରତିଦିନ ଭରପୂର ଦର୍ଶକ ଶେଷ ପର୍ଯ୍ୟନ୍ତ ରହି ଉପଭୋଗ କରୁଥିଲେ ।

ସଂଧ୍ୟା ଅଧିବେଶନର ଅତିଥି ଥିଲେ ଡ଼. ସୂର୍ଯ୍ୟ ପଟ୍ଟନାୟକ, ଡ଼. ଅଂଜଳିକା ପଟ୍ଟନାୟକ, ଡ଼. ଇତି ସାମନ୍ତ, ସୁରେଶ ଚନ୍ଦ୍ର ପଣ୍ଡା, ପ୍ରଫେସର ମୋହିନୀକାନ୍ତ ମିଶ୍ର, ଡ଼. ସ୍ନେହପ୍ରଭା ସାମନ୍ତ ରାୟ, ଡ଼. ଏସ. କେ. ଟାମୋଟିଆ ଏବଂ ଡ଼. ସଙ୍ଗୀତା ଗୋସାଇଁ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ।

Leave A Reply

Your email address will not be published.