Latest Odisha News

BREAKING NEWS

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ; ବଖାଣିଲେ ସବୁ ଘଟଣା…

ଭୁବନେଶ୍ବର: ଶୁକ୍ରବାର ଦିଲ୍ଲୀ ଏମ୍ସରେ ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇଛି । ବୟାନ ରେକର୍ଡ ସମୟରେ ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ କରାଯାଇଛି । ବୟାନ ରେକର୍ଡ ସମୟରେ ଦିଲ୍ଲୀ ଏମ୍ସରେ ଥିଲେ ଜଣେ ଡାକ୍ତର, ସେହି ଅଞ୍ଚଳର ଜଣେ ମାଜିଷ୍ଟ୍ରେଟ୍‌, ବଳଙ୍ଗା ଥାନାର ଜଣେ ମହିଳା ଏଏସଆଇ, କ୍ରାଇମବ୍ରାଞ୍ଚର ଜଣେ ଅଫିସରଙ୍କ ସମେତ ପୀଡିତାଙ୍କ ପରିବାରର ଜଣେ ସଦସ୍ୟ ।

ଶନିବାର ଦିଲ୍ଲୀରୁ ଫେରିବେ ବଳଙ୍ଗା ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ତେବେ ଏହି ଘଟଣାକୁ ୭ ଦିନ ହୋଇଥିବାବେଳେ, ଏବେ ବି ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ଅସମର୍ଥ ରହିଛି । ବଳଙ୍ଗାରେ ଡେରା ପକାଇ ଖୋଳତାଳ ଚଳାଇଛନ୍ତି କ୍ରାଇବ୍ରାଞ୍ଚ, ସ୍ପେଶାଲ ସ୍କ୍ବାଡ୍ ଓ ଗୁଇନ୍ଦା ବିଭାଗ । ଏପର୍ଯ୍ୟନ୍ତ ୨୦ରୁ ଅଧିକ ଲୋକଙ୍କ ଫୋନ୍‌ ଟ୍ରାକିଂ ଏବଂ ୪୦ରୁ ଅଧିକ ଲୋକଙ୍କୁ ପଚରା ଉଚରା ସରିଲାଣି । ତଥାପି ପୋଲିସର ହାତ ଖାଲି ରହିଛି ।

ସୂଚନାଯୋଗ୍ୟ, ଜୁଲାଇ ୧୯ ତାରିଖ, ଶନିବାର ଦିନ ବଳଙ୍ଗାର ଯୁକ୍ତ ଦୁଇ ନାବାଳିକାଙ୍କୁ ୩ ଜଣ ଦୁର୍ବୁତ୍ତ କିରୋସିନି ପକାଇ ନିଆଁ ଲଗାଇ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତକାରୀ ଟିମ୍‌ ପୂରା ଜୋର୍‌ ଲଗାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ବି ଖୁଲାସା ହୋଇନି । ଏହା ଭିତରେ ଘଟଣାସ୍ଥଳରୁ ମିଳିଥିବା ଏକ ରୁପା ମୁଦିକୁ ନେଇ ଖୋଳତାଡ଼ କରିଛି ପୋଲିସ । ଏହା ସହ ଦୁଇ ଦିନ ତଳେ ତିନି ଜଣଙ୍କୁ ସନ୍ଦେହ କରି ଉଠାଇ ନେଇଥିଲା ପୋଲିସ ।

Comments are closed.