ମୁମ୍ବାଇ: ଗୁଗୁଲ୍ ମ୍ୟାପ୍ ଯୋଗୁଁ ପୁଣି ଥରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଚାଳକ ଜଣକ ଗୁଗୁଲ୍ ମ୍ୟାପ୍ ଭରସାରେ ଗାଡି ଚଳାଉଥିବାବେଳେ, ହଠାତ୍ ନଦୀ ଭିତରକୁ ଖସିପଡିଥିଲା କାର୍ ଟି । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ନଭି ମୁମ୍ବାଇର ବେଲାପୁର ଅଞ୍ଚଳରେ ।
ଖବରମୁତାବକ, ଜଣେ ମହିଳା ଗୁଗଲ୍ ମ୍ୟାପ୍ ଉପରେ ଭରଷା କରି ଗାଡ଼ି ଚଳାଉଥିଲେ । ତାଙ୍କ କାର ସିଧା ନଦୀରେ ଖସି ପଡ଼ିଥିଲା । ସୌଭାଗ୍ୟବଶତଃ, ସେଠାରେ ଉପସ୍ଥିତ ସାମୁଦ୍ରିକ ସୁରକ୍ଷା ପୋଲିସ ସତର୍କତା ପ୍ରଦର୍ଶନ କରିଥିଲେ ଏବଂ ମହିଳାଙ୍କ ଜୀବନ ରକ୍ଷା କରିଥିଲେ । ପରେ, କ୍ରେନ୍ ସାହାଯ୍ୟରେ କାରଟିକୁ ନଦୀରୁ ବାହାର କରାଯାଇଥିଲା ।
ମହିଳା ଜଣକ ବେଲାପୁରର ବେ ବ୍ରିଜ୍ ଦେଇ ଯିବା ପରିବର୍ତ୍ତେ, ସେ ବ୍ରିଜ୍ ତଳ ରାସ୍ତା ଦେଇ ଯାଇଥିଲେ । କାହିଁକି ନା ଗୁଗଲ୍ ମ୍ୟାପରେ ରାସ୍ତା ସିଧା ଦେଖାଯାଉଥିଲା । ଆଉ କାର୍ ସିଧା ଯାଇ ପାଣିରେ ପଡ଼ିଥିଲା । ତେବେ ଗୁଗୁଲ୍ ମ୍ୟାପ୍ ଯୋଗୁଁ ଦୁର୍ଘଟଣା ଘଟିବା ଏହା ପ୍ରଥମ ଘଟଣା ନୁହେଁ । ଏପରି ଅନେକ ବଡ ବଡ ଘଟଣା ସାମ୍ନାକୁ ଆସିଛି ।
Comments are closed.