Latest Odisha News

BREAKING NEWS

ଅନଲାଇନରେ ଚାଲିଥିଲା ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ ରାକେଟ; ଚଢାଉ ବେଳେ ୧୦୦ କୋଟିର…

ନୂଆଦିଲ୍ଲୀ: ଅନଲାଇନରେ ଚାଲିଥିଲା ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ କାରବାର । ଏହି ରାକେଟ କୁ ଠାବ କଲା ଦିଲ୍ଲା ପୋଲିସ । ଏହି ଘଟଣାରେ ନାଇଜେରୀୟ କିଙ୍ଗପିନ କାଲିଷ୍ଟସ ସମେତ ୫ ବିଦେଶୀ ମାଫିଆଙ୍କୁ ପୋଲିସ ଗିରଫ କରିଛି । ଏହା ସହ ସେମାନଙ୍କ ନିକଟରୁ ୧୦୦ କୋଟି ଟଙ୍କାର କୋକେନ ଏବଂ ଗଞ୍ଜେଇ ଜବତ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଗଡଓ୍ବିନ ଜନ୍, କେଲେଚି ଚିକଓ୍ବେ ଏବଂ ଇବେ ଚିନେଡୁ ନାମକ ୩ ଜଣ ନାଇଜେରୀୟ ଯୁବକ ଏବଂ ଅନ୍ୟ ଜଣେ ବିଦେଶୀ କାଉଲେ ଫିଲିପଙ୍କୁ ଗିରଫ କରାଯାଇଛି । ଏ ସମସ୍ତଙ୍କ କିଙ୍ଗପିନ କାଲିଷ୍ଟସଙ୍କୁ ମଧ୍ୟ ଗିରଫ କରାଯାଇଛି। କାଲିଷ୍ଟସ ପଶ୍ଚିମ ଆଫ୍ରିକାରୁ ନିଶାଦ୍ରବ୍ୟର ଗ୍ଲୋବାଲ ସପ୍ଲାଇ ଚେନ୍‌କୁ ନିୟନ୍ତ୍ରଣ କରୁଥିଲା ।

ଦିଲ୍ଲୀ ପୁଲିସ ସ୍ପେଶାଲ କମିସନର(କ୍ରାଇମ) ଦେବେଶ ଶ୍ରୀବାସ୍ତବଙ୍କ ସୂଚନା ଅନୁସାରେ, ଏହି ସିଣ୍ଡିକେଟ ମାଲେସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଜାପାନ ଏବଂ ବ୍ରିଟେନରେ କାର୍ଯ୍ୟ କରୁଛି । ହ୍ବାଟ୍ସଆପ୍‌ କଲ୍‌ ସେଣ୍ଟର ଖୋଲି ଅନଲାଇନରେ ନିଶାଦ୍ରବ୍ୟ ଚାଲାଣ ହେଉଥିବା ଆମେ ଖବର ପାଇଥିଲୁ । ଡେଲିଭରି ଆପ୍‌ରେ ଯେପରି ଖାଦ୍ୟ ଦିଆଯାଏ ଠିକ ସେହିପରି ଏମାନେ ନିଶାଦ୍ରବ୍ୟ ଡେଲିଭରି କରୁଥିଲେ । ପଶ୍ଚିମ ଦିଲ୍ଲୀର ମୋତି ନଗରରେ ଥିବା ଏକ କୋରିଅର କେନ୍ଦ୍ରରେ ଚଢ଼ାଉ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।

Comments are closed.