ଡେରାଡୁନ: ହରିଦ୍ୱାରରେ ମା ମନସା ଦେବୀ ମନ୍ଦିରରେ ଅଘଟଣ । ସକାଳ ପ୍ରାୟ ୮:୫୦ ସମୟରେ ମନସା ଦେବୀ ମନ୍ଦିରରେ ଦଳାଚକଟା ହୋଇଥିଲା। ଘଟଣା ସମୟରେ ଶହ ଶହ ଭକ୍ତ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏପର୍ଯ୍ୟନ୍ତ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ ଆହତ ହୋଇଛନ୍ତି। ଏକ ଗୁଜବ ପ୍ରଚାର କାରଣରୁ ଭକ୍ତମାନଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା।
ଏହି ଦୁର୍ଘଟଣା ମନ୍ଦିରର ସିଡ଼ି ନିକଟରେ ଘଟିଥିଲା।ଲୋକଙ୍କ ମଧ୍ୟରେ ଏକ ଗୁଜବ ବ୍ୟାପିଗଲା ଯେ ବିଦ୍ୟୁତ୍ ତାରରେ କରେଣ୍ଟ ଅଛି, ଯାହାକୁ ଲୋକମାନେ ଧରି ଉପରକୁ ଚଢ଼ୁଛନ୍ତି। ଏହି ଗୁଜବ ଖବର ଶୁଣି ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଲେ ଫଳରେ ଦଳାଚକଟା ପରିସ୍ଥିତି ଦେଖାଯାଇଥିଲା ।
ଘଟଣାସ୍ଥଳରେ SDRF ଏବଂ ପୋଲିସ ଫୋର୍ସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ମିଶି ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ମୋଟ ୩୫ ଜଣ ଆହତଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା।
#WATCH | Uttarakhand | On 6 dead in Haridwar stampede, SSP Pramendra Singh Dobal says, "We received reports of some people being injured, following which the police took immediate action. Around 35 people were brought to the hospital and 6 have been confirmed dead. The rest are… pic.twitter.com/5qsfVx2nAR
— ANI (@ANI) July 27, 2025
ମୁଖ୍ୟମନ୍ତ୍ରୀ ଧାମି ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ହରିଦ୍ୱାରର ମନସା ଦେବୀ ମନ୍ଦିର ରାସ୍ତାରେ ଦଳାଚକଟା ହେବା ବିଷୟରେ ବହୁତ ଦୁଃଖଦ ଖବର ମିଳିଛି। ଏସଡିଆରଏଫ, ସ୍ଥାନୀୟ ପୋଲିସ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ, ମୁଁ ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ସମସ୍ତ ଭକ୍ତଙ୍କ ସୁରକ୍ଷା ପାଇଁ ମୁଁ ମାତା ରାଣୀଙ୍କ ନିକଟରେ ପ୍ରାର୍ଥନା କରୁଛି।
हरिद्वार स्थित मनसा देवी मंदिर मार्ग में भगदड़ मचने का अत्यंत दुःखद समाचार प्राप्त हुआ है। @uksdrf, स्थानीय पुलिस तथा अन्य बचाव दल मौके पर पहुंचकर राहत एवं बचाव कार्यों में जुटे हुए हैं।
इस संबंध में निरंतर स्थानीय प्रशासन के संपर्क में हूं और स्थिति पर लगातार निगरानी रखी जा रही…
— Pushkar Singh Dhami (@pushkardhami) July 27, 2025
ସୂଚନାଥାଉକି, ୨୭ ଜୁଲାଇ ରବିବାର ଦିନ, ହରିଦ୍ୱାରର ପ୍ରସିଦ୍ଧ ଶକ୍ତିପୀଠ ମା ମନସା ଦେବୀ ମନ୍ଦିରରେ ଅଧିକ ଭିଡ଼ ହୋଇଥିଲା। ଶନିବାର ଏବଂ ରବିବାର ହୋଇଥିବାରୁ, ଅନ୍ୟ ରାଜ୍ୟରୁ ମଧ୍ୟ ଭକ୍ତମାନଙ୍କର ମନ୍ଦିରରେ ସମାଗମ ହୋଇଥିଲା । ଅନ୍ୟପକ୍ଷରେ ଅନେକ କାଉଡିଆ ଦେବୀଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚିଥିଲେ।
Comments are closed.