Latest Odisha News

BREAKING NEWS

ଭିଜିଲାନ୍ସ ସ୍କାନରରେ ଆଉ ଜଣେ ସହକାରୀ ଯନ୍ତ୍ରୀ, ଭୁବନେଶ୍ବର ସମେତ ୧୦ଟି ସ୍ଥାନରେ ଚାଲିଛି ରେଡ୍….

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆର୍ ଆଣ୍ଡ ବି ଡିଭିଜନ୍‌ର ସହକାରୀ ଯନ୍ତ୍ରୀ । ଭୁବନେଶ୍ବର ଆର୍ ଆଣ୍ଡ ବି ଡିଭିଜନ-୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ, ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢାଉ ଆରମ୍ଭ ହୋଇଛି । ଆୟବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଆଜି ଭିଜିଲାନ୍ସର ଏକ ଟିମ୍ ଚଢାଉ ଜାରି ରହିଥିବା ବେଳେ ଏଥିରେ, ଭୁବନେଶ୍ବରରେ ନିଳାଦ୍ରି ବିହାର ସ୍ଥିତ ୩ମହଲା କୋଠା ସମେତ ୮ଟି ସ୍ଥାନ, ନୟାଗଡ଼ର ୨ଟି ସ୍ଥାନ, ପୈତୃକ ଗାଁ ଓ ଶ୍ବଶୂର ଘରେ ରେଡ୍ ଜାରି ରହିଛି ।

ତେବେ ସ୍ୱତନ୍ତ୍ର ବିଚାରପତି, ଭୁବନେଶ୍ବର ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟର ଆଇନଗତ ପ୍ରାଧିକରଣ ଅଧୀନରେ ଏହି ରେଡ୍ ଆରମ୍ଭ କରାଯାଇଛି । ଏଥିରେ ଭିଜିଲାନ୍ସର ଏକ ଟିମ୍ ଯେଉଁଥିରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ଜଣେ ଏସଆଇ, ୧୧ ଜଣ ଏଏସଆଇ ଏବଂ ବହୁ କ୍ଷେତ୍ର ଅଧିକାରୀ ମାନେ ଛାନଭିନ୍ ଆରମ୍ଭ କରିଛନ୍ତି ।

ଏବେ ସୁଦ୍ଧା ହୋଇଥିବା ଛାନଭିନ୍ ଅନୁଯାୟୀ, ସହକାରୀ ବାବୁଙ୍କ ଭୁବନେଶ୍ବର ନୀଳାଦ୍ରିବିହାର, ସେକ୍ଟର-୫ ପ୍ଲଟ୍ ନମ୍ବର ୨୨୬ରେ ଏକ ତିନି ମହଲା ଘର, ଭୁବନେଶ୍ୱରର କସ୍ମୋପଲିସ୍ ଆପାର୍ଟମେଣ୍ଟରେ ଦୁଇଟି ଫ୍ଲାଟ୍, ପାହାଳର ସିମ୍ଫୋନି ମଲ୍‌ରେ ଏକ ବାଣିଜ୍ୟିକ ଦୋକାନ, ନୟାଗଡର ଜଗନ୍ନାଥପ୍ରସାଦରେ ଏକ ପୈତୃକ ଘର, ଇଇ, ଆର ଆଣ୍ଡ ବି ଡିଭିଜନ-୩, ବିବିଏସଆରରେ ଅଫିସ ଚାମ୍ବର, ପଟିଆ ଏବଂ ସାବାଜି ନଗରରେ ଶ୍ୱଶୁର ଘରର ଦୁଇଟି ବାସସ୍ଥାନ, ଭୁବନେଶ୍ୱରର ଡୁମଡୁମାରେ ଏକ ପ୍ଲଟ୍, ଜାଗମରାରେ ମେସର୍ସ ଏଏସଏନ ଇନଫ୍ରାଷ୍ଟକ୍ଚର ପ୍ରାଇଭେଟ୍ ଲିମିଟେଡର ପରିସର ଅନ୍ତର୍ଭୁକ୍ତ ।

Comments are closed.