Latest Odisha News

BREAKING NEWS

ମାଛଗାଁ କେନାଲରେ ୧୦ ଫୁଟ୍‌ର ଘାଇ; କଟକ-ଜଗତସିଂହପୁରକୁ ଯୋଗାଯୋଗ ବାଧାପ୍ରାପ୍ତ

ଜଗତସିଂହପୁର:ନୂଆଦା ନିକଟରେ ମାଛଗାଁ କେନାଲରେ ୧୦ ଫୁଟ୍‌ର ଘାଇ । ଘାଇ ଯୋଗୁଁ ତରିକୁନ୍ଦ ଓ ନୂଆଦା ଅଞ୍ଚଳ ବ୍ୟାପକ ଜଳମଗ୍ନ । ଫଳରେ ମୁଖ୍ଯରାସ୍ତା ଉପରେ ୩ ଫୁଟ ଉଚ୍ଚତାରେ ପାଣି ଚାଲିବା ସହ ଶତାଧିକ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ୨୦ରୁ ଅଧିକ ଘର ପାଣି ଘେରରେ ବୁଡ଼ି ରହିଛି।

ତରିକୁନ୍ଦ ବଜାରରେ ୫୫ ନଂ ଜାତୀୟ ରାଜପଥ ଉପରେ  ଚାଲୁଛି ପାଣି ।  ଏଥିସହ କଟକ-ଜଗତସିଂହପୁରକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

ଏପଟେ ତରକୁନ୍ଦ ପଂଚାୟତ କାର୍ଯ୍ୟାଳୟ, ଫାଣ୍ଡି, ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ମଧ୍ୟ ପାଣି ପଶିଛି । ସ୍ଥାନୀୟ ଲୋକ କହିଛନ୍ତି ଯେ, ନଦୀବନ୍ଧ ଦୁର୍ବଳ ଥିବା ଯୋଗୁଁ ଘାଇ ସୃଷ୍ଟି ହୋଇଛି।

ତେବେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ରଘୁନାଥପୁର ତହସିଲଦାର । ଡ୍ରେନେଜ ବିଭାଗର ଅଧିକାରୀ ପହଞ୍ଚି ଅସ୍ଥାୟୀ ଭାବେ ବନ୍ଧ ବାନ୍ଧିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି।

 

Comments are closed.