ଭୁବନେଶ୍ବର: ଦୀର୍ଘ ୪୦ ଦିନ ଜେଲରେ ରହିବା ପରେ ଆଜି ଭବାନୀପାଟଣା ଜେଲରୁ ବାହାରିଲେ ଆଇଏଏସ ଧୀମାନ ଚକମା । କ୍ରସର୍ ମାଲିକଙ୍କଠାରୁ ୧୦ ଲକ୍ଷ ଲାଞ୍ଚ ନେଇ ଗିରଫ ହୋଇଥିଲେ । ହାଇକୋର୍ଟ ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଚମକାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ଲାଞ୍ଚ ନେଲା ବେଳେ ଗିରଫ କରିଥିଲା ଭିଜିଲାନ୍ସ।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସେତେବେଳେ ଭିଜିଲାନ୍ସ ତାଙ୍କ ଘରୁ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା। ପରେ ଉପ ଜିଲ୍ଲାପାଳ ଚକମାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ୯ ତାରିଖରେ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।
ଜୁନ ୨୦ ତାରିଖରେ ଆଇଏଏସ୍ ଧୀମନ ଚକମା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଚକମା ୨୦୨୧ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର। ସେ ତ୍ରିପୁରାର କାଞ୍ଚନପୁରର ବାସିନ୍ଦା।
Comments are closed.