କଟକ: ସିଲଭର ସିଟିରେ ବେଆଇନ କଫ ସିରପ ଜବତ। ବିପୁଳ ପରିମାଣର କପ ସିରପ ଜବତ କଲା STF । ବାଦମବାଡ଼ି ନ୍ୟୁ ଏଲଆଇସି କଲୋନୀ ସ୍ଥିତ ଏକ କୋରିଅର ସଂସ୍ଥାରୁ ଜବତ ହେଲା ୬୦ ରୁ ଉର୍ଦ୍ଧ୍ବ ପ୍ୟାକେଟରୁ ହଜାର ହଜାର ବେଆଇନ କଫ ସିରପ ।
STF, ଜିଲ୍ଲା ପ୍ରଶାସନ, ଡ୍ରଗ୍ସ କଣ୍ଟ୍ରୋଲରଙ୍କ ମିଳିତ ଉଦ୍ୟମରେ ଚଢ଼ାଉ ହୋଇଛି । ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ପଚରାଉଚରା କରୁଛି STF।
କୋରିଅର ମାଧ୍ୟମରେ କଫ ସିରପ କାରବାର ହେଉଥିଲା । ତେବେ ଏହି କଫ ସିରପ କେଉଁଠୁ ଆସୁଥିଲା ଓ କେଉଁଟି ବିକ୍ରି ହେଉଥିଲା ତାହାର ଛାନଭିନ୍ ଜାରି ରଖିଛି STF ।
Comments are closed.