ଗଜପତି:ମୋହନାରେ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ଗୁଣି ସନ୍ଦେହରେ ହତ୍ୟା ଅନୁମାନ । ଗୁଣି ସନ୍ଦେହରେ ଯୁବକକୁ ହତ୍ୟା କରି ଡ୍ୟାମ୍ ରେ ଫିଙ୍ଗିଦେଇଥିବା ନେଇ ଅଭିଯୋଗ ଆସିଛି। ମୃତକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ରା଼ଚାଗୁଡା ଗାଁର ଗୋପାଳ ମଳିକ। ୧୫ ଦିନ ତଳେ ଗାଁର ଜଣେ ମହିଳାଙ୍କ ମୃତ୍ୟୁରୁ ଗୁଣି ସନ୍ଦେହ କରାଯାଇଥିଲା ।
ହରଭଙ୍ଗି ଡ୍ୟାମ୍ରେ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ଖବର ପାଇ ମୋହନା ପୋଲିସ ଅଭିଯୁକ୍ତଙ୍କୁ ଧରି ତଦନ୍ତ ଚଳାଇଛି । ସୂଚନାଥାଉକି, ପୋଲିସ ୧୬ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି ।
ଖବରମୁତାବକ, ଗତ ୧୫ ଦିନ ତଳେ ରାଚାଗୁଡ଼ା ଗାଁର ସୁବାଷ ମଳିକଙ୍କ ସ୍ତ୍ରୀ ଝୁନୁଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା । କିନ୍ତୁ ଏପଟେ ଗୋପାଳ ଗୁଣି କରି ମାରି ଦେଇଥିବା ଗ୍ରାମବାସୀ ସନ୍ଦେହ କରିଥିଲେ । ଗୋପାଳ ନିଜ ଶ୍ୱଶୁର ଘର ଗଞ୍ଜାମ ଜିଲ୍ଲା ଗୌଡ଼ଗୋଠ ଗଣ୍ଡିଗାଁ ରେ ରହୁଥିଲେ । ଶନିବାର ରାତିରେ ଗୋପାଳଙ୍କୁ ତାଙ୍କ ଶ୍ୱଶୁର ଘରୁ ଉଠାଇ ଆଣି ୨ଟି ଅଟୋରେ ଗ୍ରାମବାସୀମାନେ ହରଭଙ୍ଗୀ ଡ୍ୟାମ୍ କୁ ନେଇଥିଲେ । ସେଠାରେ ଗୋପାଳଙ୍କୁ ହତ୍ୟାକରି ଡ୍ୟାମ୍ ରେ ଫିଙ୍ଗି ଦେଇଥିଲେ ।
ତେବେ ଖବର ପାଇ ମୋହନା ଏବଂ ଅଡବା ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ରାତି ସାରା ଗୋଡ଼ାଇ ଗୋଡ଼ାଇ କାବୁ କରିଛି । ଘଟଣାରେ ସଂପୃକ୍ତି ଅଭିଯୋଗରେ ରାଚାଗୁଡ଼ା ଓ ଗୁଞ୍ଜିମା ଗାଁର ୧୬ଜଣକୁ ଅଟକ ରଖି ପଚରାଉଚରା ପୋଲିସ କରୁଛି ।
Comments are closed.