Latest Odisha News

BREAKING NEWS

ଅଧା ରହିଗଲା ମନ୍ଦିର ଦର୍ଶନ;ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ

ଲକ୍ଷ୍ନୌ:ରବିବାର ଦିନ ପୃଥ୍ବୀନାଥ ମନ୍ଦିରରେ ଜଳ ଅର୍ପଣ କରିବାକୁ ଯାଉଥିଲେ ଭକ୍ତ,କିନ୍ତୁ ଅଧା ରାସ୍ତାରେ ଦୁର୍ଘଟଣାରେ ଚାଲିଗଲା ଜୀବନ। ଉତ୍ତରପ୍ରଦେଶର ଗୋଣ୍ଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ୧୫ ଜଣ ଭକ୍ତଙ୍କୁ ନେଇ ଯାଉଥିବା ବୋଲେରୋ ଏକ କେନାଲକୁ ଖସି ପଡ଼ିଲା। ଏହି ଦୁର୍ଘଟଣାରେ ୧୧ ଜଣ କେନାଲରେ ବୁଡ଼ି ପ୍ରାଣ ହରାଇଛନ୍ତି । ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତକଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଗୋଣ୍ଡା ଜିଲ୍ଲାର ଇଟିଆଥୋକ୍ ଥାନା ଅଞ୍ଚଳର ଏକ ବଡ଼ ଦୁର୍ଘଟଣା ଘଟିଛି। ମୋତିଗଞ୍ଜ ଥାନା ଅଞ୍ଚଳର ସିହାଗାଓଁରୁ ୧୫ ଜଣ ଲୋକ ଏକ ବୋଲେରୋ କାରରେ ଖରଗୁପୁରର ପୃଥ୍ୱୀନାଥ ମନ୍ଦିରକୁ ଜଳ ଅର୍ପଣ କରିବାକୁ ଯାଉଥିଲେ। ହଠାତ୍ ତାଙ୍କ କାର ନିୟନ୍ତ୍ରଣ ହରାଇ କେନାଲରେ ଓଲଟି ପଡ଼ିଲା। ଏହି ଦୁର୍ଘଟଣାରେ ୧୧ ଜଣ ବୁଡ଼ି ପ୍ରାଣ ହରାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ,ସେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା ମଧ୍ୟ କରିଛନ୍ତି।

Comments are closed.