Latest Odisha News

BREAKING NEWS

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ସହିଦ ନଗର ଅଞ୍ଚଳରେ ଜଣେ ବରିଷ୍ଠ ଆୟକର (ଆଇଟି) ଅଧିକାରୀଙ୍କ ଘରୁ ଡକାୟତି କରିଥିବା ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ କମିଶନରେଟ୍ ପୋଲିସ ନୂଆଦିଲ୍ଲୀରୁ ଗିରଫ କରିଛି।

ଏହି ଲୁଟେରାଙ୍କ ପାଖରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି। ଏମାନେ ଓଡ଼ିଶା ଏବଂ ଅନ୍ୟ ରାଜ୍ୟ ମାନଙ୍କରେ ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିବା ଜଣାପଡ଼ିଛି। ମାମଲାର ତଦନ୍ତ କରି ଅଧିକ ପଚରାଉଚରା କରିବା ପାଇଁ ସେମାନଙ୍କୁ ଭୁବନେଶ୍ୱର ଅଣାଯାଉଛି। ତେବେ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଖୋଜିବା ପାଇଁ ପ୍ରୟାସ ଚାଲିଥିବା ଜଣାପଡ଼ିଛି।

ଟ୍ୱିନ ସିଟି ପୋଲିସ କମିଶନର ସୁରେଶ ଦେବ ଦତ୍ତ ସିଂହ କହିଛନ୍ତି ଯେ ଅପରାଧ ସ୍ଥଳ ଏବଂ ନିକଟବର୍ତ୍ତୀ ଅଞ୍ଚଳରୁ ଡିଜିଟାଲ୍ ପ୍ରମାଣ ସଂଗୃହିତ କରାଯାଇଛି। ଏହି ଲୁଟେରା ଗ୍ୟାଙ୍ଗ ନୂଆଦିଲ୍ଲୀ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଓଡ଼ିଶା ଏବଂ ବିହାରରେ ସକ୍ରିୟ ଥିବା ଜଣାପଡ଼ିଛି।

 

Comments are closed.